ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରହିବ, ଲୋକଙ୍କ ସ୍ୱରକୁ ସରକାରଙ୍କ ପାଖରେ ପହଞ୍ଚାଇବ ବିଜେଡି ମିଡିଆ ସେଲ୍‌

add-all

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ଦଳର ରୂପରେଖକୁ ପରିବର୍ତ୍ତନ କରିଛନ୍ତି । ରାଜ୍ୟ ପଦାଧିକାରୀ କମିଟିକୁ ଭାଙ୍ଗିବା ସହ ନିଜର ରାଜନୈତିକ ସଚିବ, ଲୋକ ସମ୍ପର୍କ ଅଧିକାରୀ, ଦଳର ମୁଖପାତ୍ର, ଜାତୀୟ ମୁଖପାତ୍ରର ନୂଆ ଟିମ୍‌ ଘୋଷଣା କରିଛନ୍ତି। ଏ ନେଇ ସୋମବାର ଶଙ୍ଖଭବନରେ ବିଜେଡ଼ି ଏକ ଖବରଦାତା ସମ୍ମିଳନୀ କରିଛି। ବିଜେଡିର ନୂଆ ରୂପରେଖ ନେଇ ବରିଷ୍ଠ ରାଜ୍ୟ ମିଡିଆ ସଂଯୋଜକ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା ଆସିଛି।

ରଥଯାତ୍ରାରେ ବିଜେଡି ସୁପ୍ରିମୋ ରୂପରେଖ ପରିବର୍ତ୍ତନ କରିଛନ୍ତି। ଏହି କମିଟି ମାଧ୍ୟମରେ ବିଜେଡିକୁ ଅଧିକ ଚଳଚଞ୍ଚଳ କରାଯିବ। ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବ ବିଜେଡି। ଲୋକଙ୍କ ସ୍ୱାର୍ଥରେ ହାନି ଆସିଲେ ପ୍ରତିବାଦ କରାଯିବ। ଦୀର୍ଘଦିନ ଧରି କମିଟି ଥିଲା, ଏବେ ନୂଆ ରୂପରେଖ ଦିଆଯାଇଛି। ବିଜେଡି ସମୟ ସହ ନୂଆ ରୂପ ଓ ନୂଆ ଲୋକଙ୍କ ସହ ଆଗକୁ ବଢ଼େ। ସାଂଗଠନିକ ସ୍ତରରେ ପରିବର୍ତ୍ତନ ହୁଏ, ଗତକାଲି ବି ହୋଇଛି । ଆଗକୁ ନବୀନ ପଟ୍ଟନାୟକଙ୍କ ରାଜନୈତିକ କାର୍ଯ୍ୟକ୍ରମ ଓ ଦଳକୁ ଆଗକୁ ନେବା ପାଇଁ ବିରୋଧୀ ଦଳ ଭାବେ କଣ ନୂଆ ଆଭିମୁଖ୍ୟ ରହି ପାରିବ । ନବୀନ ବାବୁଙ୍କ ନିର୍ଦ୍ଦେଶରେ କାମ କରିବୁ ଓ ସମୟ ସମୟରେ ଭୂମିକା ବଦଳି ପାରେ ବୋଲି କହିଛନ୍ତି ବିଜେଡି ନେତା ସଂତୃପ୍ତ ମିଶ୍ର।

ବିଜେଡି ପ୍ରେସମିଟ୍‌ କରି ଲୋକଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛି। ମିଡ଼ିଆ ସେଲ ଗଠନ ହୋଇଛି। ବିଗତ ଦିନରେ ବି ମିଡ଼ିଆ ସେଲ ଭଲ ଭାବେ କାମ କରିଛି । ଏବେର ମିଡ଼ିଆ ସେଲ ଜରିଆରେ ଦଳକୁ ଆହୁରି କ୍ରିୟାଶୀଳ କରିବାରେ ଉଦ୍ୟମ ରହିବ । ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼ିବୁ, ଲୋକଙ୍କ ସ୍ୱରକୁ ସରକାରଙ୍କ ପାଖରେ ପହଞ୍ଚାଇବୁ ବୋଲି ବିଜେଡି ପ୍ରେସମିଟରେ କହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତେ ଭଲ ପାଆନ୍ତି। ଆଗାମୀ ଦିନରେ ଚେଷ୍ଟା କରିବୁ ଭଲ ଭାବେ କାମ କରିବୁ। ଭଲ କାମକୁ ତର୍ଜମା କରିବୁ। ଆପଣଙ୍କ ସହଯୋଗ ଜାରି ରହିବ ଆମ ଆଶା ବୋଲି ବିଜେଡ଼ି ମିଡ଼ିଆ ସଂଯୋଜକ ଲେନିନ୍‌ ମହାନ୍ତି କହିଛନ୍ତି।

ad-week
Leave A Reply

Your email address will not be published.