ନିଟ୍-ୟୁଜି ମାମଲାରେ ଆଉ ୨ ଜଣଙ୍କୁ ଗିରଫ କଲା ସିବିଆଇ

add-all

ନୂଆଦିଲ୍ଲୀ: ନିଟ ୟୁଜି ପେପର ଲିକ୍ ମାମଲାରେ ସିବିଆଇ ବିହାରରୁ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କୁ ଗିରଫ କରାଯାଇଛି। ସିବିଆଇ ନାଲନ୍ଦା ଓ ଗୟାରୁ ସନ୍ନି କୁମାର ଓ ରଞ୍ଜିତ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସନ୍ନି ପ୍ରାର୍ଥୀ ହୋଇଥିବା ବେଳେ ରଞ୍ଜିତ ଅନ୍ୟ ଜଣେ ପରୀକ୍ଷାର୍ଥୀଙ୍କ ପିତା। ଦୁହେଁ ପ୍ରଶ୍ନପତ୍ର ଲିକ୍ କରିବାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।
ଏହା ପୂର୍ବରୁ ଜୁଲାଇ ୮ତାରିଖରେ ସିବିଆଇ ମହାରାଷ୍ଟ୍ରର ଲାଟୁରରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ନାନଜୁନ ଧପ୍ପା ନାମକ ଏହି ବ୍ୟକ୍ତି ଜଣକ ସେମାନଙ୍କଠାରୁ ଟଙ୍କା ନେଇ ଛାତ୍ରଛାତ୍ରୀଙ୍କ ମାର୍କ ବଢ଼ାଇବାକୁ ଦାବି କରୁଥିଲେ। ଲାଟୁରର ଏକ ସରକାରୀ ସ୍କୁଲର ଦୁଇ ଜଣ ଶିକ୍ଷକ ପରୀକ୍ଷାରେ ସଫଳତା ସୁନିଶ୍ଚିତ କରିବା ପାଇଁ ନିଟ୍-ୟୁଜି ପରୀକ୍ଷାର୍ଥୀଙ୍କ ଠାରୁ ପାଖାପାଖି ୫ ଲକ୍ଷ ଟଙ୍କା ଦାବି କରିଥିଲେ।
ଏହା ପୂର୍ବରୁ ଜଣେ ସିବିଆଇ ଅଧିକାରୀ କହିଥିଲେ ଯେ ଏପର୍ଯ୍ୟନ୍ତ ବିହାରରୁ ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରିଛି । ଲାଟୁର ଏବଂ ଗୋଧ୍ରାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ଷଡ଼ଯନ୍ତ୍ର ଅଭିଯୋଗରେ ଡେରାଡୁନରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏବେ ଏଜେନ୍ସି ବିହାରରୁ ଆଉ ୨ ଜଣଙ୍କୁ ଗିରଫ କରିଛି।

ad-week
Leave A Reply

Your email address will not be published.