ଚାରମାଳ ଉପରେ ହାମୁଡେଇ ପଡ଼ିଲେ ବଡ଼ ଠାକୁର, ୭ ସେବାୟତ ଆହତ

add-all

ଶ୍ରୀକ୍ଷେତ୍ରରେ ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ଚାରମାଳ ଉପରେ ହାମୁଡେଇ ପଡ଼ିଲେ ବଡ଼ ଠାକୁର। ପହଣ୍ଡିରେ ସାମିଲ ହୋଇଥିବା କେତେକ ସେବାୟତ ଆହତ ହୋଇଛି। ସେମାନଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।
ଆଜି ସନ୍ଧ୍ୟା ବେଳେ ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ଘଣ୍ଟୁଆଙ୍କ ଘଣ୍ଟ ମାଡ଼ର ତାଳେ ତାଳେ ସେବାୟତମାନେ ଗୋଟି ପହଣ୍ଡିରେ ବଡ଼ ଠାକୁରଙ୍କୁ ନେଇଯାଉଥିଲେ। ହେଲେ ଚାରମାଳ ଉପରେ ହାମୁଡେଇ ପଡ଼ି ଯାଇଥିଲେ ବଡ଼ ଠାକୁର। ଯେଉଁଥିପାଇଁ ସେବାୟତମାନେ ରଥ ତଳକୁ ଖସି ପଡ଼ିଥିଲେ।ବହୁ କଷ୍ଟରେ ସେବାୟତମାନେ ବଡ଼ ଠାକୁରଙ୍କୁ ଉଠାଇ ଚାରମାଳ ଉପରେ ବସାଇ ଦେଇଥିଲେ। କିଛି ସମୟ ପରେ ପୁଣି ଥରେ ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଉଛନ୍ତି ବଡ଼ ଠାକୁର।
ଚାରମାଳରୁ ଖସି ପଡ଼ିବାରୁ ୭ରୁ ଅଧିକ ସେବାୟତ ଆହତ ହୋଇଥିବା ଜଣାପଡ଼ିଛି। ଆହତ ସେବାୟତଙ୍କୁ ଷ୍ଟ୍ରେଚରରେ ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ଅଣା ଯାଇଥିଲା। ତା’ପରେ ସେମାନଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଭିତରୁ ଅଧିକାଂଶଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଛି। ସେବାୟତଙ୍କ ହାଲ୍‌କା ମନୋଭା ପାଇଁ ଏପରି ଘଟିଥିବା ଚର୍ଚ୍ଚା ହେଉଛି।
ସୂଚନାରୁ ପ୍ରକାଶ,ଗତବର୍ଷ ମହାପ୍ରଭୁ ଜଗନ୍ନାଥ ଚାରମାଳ ଉପରେ ଗୋଟିଏ ପାର୍ଶ୍ୱକୁ ନଇଁ ପଡ଼ିଥିଲେ। ଯେଉଁଥିପାଇଁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେତେବେଳେ ଏହାକୁ ନେଇ ବହୁ ଚର୍ଚ୍ଚା ହେଉଥିଲା।

ad-week
Leave A Reply

Your email address will not be published.