କାଲିଠାରୁ ଭକ୍ତଙ୍କୁ ମିଳିବ ଆଡ଼ପ ଦର୍ଶନ ସହ ଆଡ଼ପ ଅବଢ଼ା

add-all

ପୁରୀ: ରତ୍ନବେଦି ଛାଡ଼ି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ଚତୁର୍ଦ୍ଧା ବିଗ୍ରହ ବଡ଼ଦାଣ୍ଡରେ ତିନିଦିନର ଲୀଳାଖେଳ ସାରି ଆଜି ଜନ୍ମବେଦି(ଆଡ଼ପମଣ୍ଡପ)କୁ ବିଜେ କରୁଛନ୍ତି। ସୋମବାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦର୍ଶନ ଦେବାପରେ ମଙ୍ଗଳବାର ସନ୍ଧ୍ୟାରେ ରଥାରୁଢ଼ ଚତୁର୍ଦ୍ଧା ବିଗ୍ରହ ଗୋଟି ପହଣ୍ଡିରେ ଜନ୍ମବେଦିରେ ବିରାଜମାନ କରୁଛନ୍ତି। ପହଣ୍ଡି ବେଳେ ଘଣ୍ଟଘଣ୍ଟା ସାଙ୍ଗକୁ ଭକ୍ତଙ୍କ ହରିବୋଲ, ଜୟ ଜଗନ୍ନାଥ ଡାକରେ ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଛି। ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଚତୁର୍ଦ୍ଧା ବିଗ୍ରହଙ୍କ ଆଡ଼ପ ପହଣ୍ଡି ଦେଖି କୋଟି ଜନ୍ମର ପୂଣ୍ୟ ଲଭିଛନ୍ତି।
ଅନ୍ୟପଟେ ବୁଧବାରଠାରୁ ଭକ୍ତମାନେ ଆଡ଼ପ ଦର୍ଶନ ସହ ଆଡ଼ପ ଅବଢ଼ା ପାଇବାର ସୌଭାଗ୍ୟ ଅର୍ଜିବେ। ଚଳିତ ଥର ଜୁଲାଇ ୧୦ରୁ ୧୪ ତାରିଖ ଯାଏଁ ୫ ଦିନ ଆଡ଼ପ ଅବଢ଼ା ମିଳିବ। ଏଥିପାଇଁ ଆଜି ରାତିରୁ ରୋଷ ପ୍ରସ୍ତୁତି ଆରମ୍ଭ ହେବ।
ବିଶ୍ୱାସ ରହିଛି, ଥରେ ଆଡ଼ପ ମଣ୍ଡପ ଦର୍ଶନ, ଦଶବର୍ଷର ଶ୍ରୀମନ୍ଦିର ଦର୍ଶନ ସହ ସମାନ। ଯେହେତୁ ମହାପ୍ରଭୁ ଖୁସିରେ ଏହି ଯାତ୍ରା ଆରମ୍ଭ କରିଥା’ନ୍ତି, ଏହିସମୟରେ ଦର୍ଶନ କରି ଭକ୍ତ ଯାହା ମାଗେ, ତାହା ମିଳେ। ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଆଡ଼ପ ଦର୍ଶନ ପାଇଁ କାହିଁ କେତେଦୂରରୁ ଦୌଡ଼ି ଆସନ୍ତି। ଆସନ୍ତାକାଲିଠାରୁ ଆଡ଼ପ ଦର୍ଶନ ପାଇଁ ଭିଡ଼ ଲାଗିବାର ସମ୍ଭାବନା ଥିବାରୁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଆସନ୍ତାକାଲି ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ କରିଛି।

ad-week
Leave A Reply

Your email address will not be published.