ମୃତ ବ୍ୟକ୍ତିଙ୍କ ଶବ ଜବତ, ମୃତ୍ୟୁର କାରଣ ଅସ୍ପଷ୍ଟ !

add-all

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ ବାଘିୟାଖାନ୍ଦି ଗ୍ରାମରେ ଘଟିଯାଇଛି ଏକ ମର୍ମନ୍ତୁଦ ଅଘଟଣ | ଆଜି ୦୯ ଜୁଲାଇ ସକାଳ ପ୍ରାୟ ୭ଟା ସମୟରେ ରାଏବଗା ଥାନାରେ ଶ୍ରୀମତୀ ପ୍ରତିମା କୁଯୁର ଏକ ଲିଖିତ ଭାବେ ଜଣାଇଛନ୍ତି ଯେ କୁଆଡେ ତାଙ୍କ ଖୁଡି କହିଲେ ଯେ ପ୍ରତିମା ତୋର ଵାପା ତୁଳା ମିଞ୍ଜ ୫୫ ବର୍ଷ ଭଦ୍ରାଟୋଲୀ କାଜୁ ବାଗାନରେ ମରି ପଡ଼ିଛନ୍ତି ! ଏହି ଖବର ଶୁଣି ସାଙ୍ଗେ ସାଙ୍ଗେ ଆସି ଦେଖିବା ବେଳକୁ ତାଙ୍କ ବାପାର ମୁଣ୍ଡ ଫାଟି ରକ୍ତାକ୍ତ ହୋଇ ଜୁଡୁବୁଡୁ ଅବସ୍ତାରେ ଭଦ୍ରାଟୋଲି କାଜୁ ବାଗାନରେ ମରି ପଡ଼ିଛି | ସେଠାରେ ତାଙ୍କର ସନ୍ଦେହ ହେବାରୁ କେଉଁ ଅଜଣା ଦୃବୁତ ତାଙ୍କ ବାପାଙ୍କୁ ମାରି ଭଦ୍ରାଟୋଲିର କାଜୁ ବାଗଣରେ ପକାଇ ଦେଇଛି | ଏନେଇ ବୀରମିତ୍ରପୁର ଉପଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ଦାସ, ରାଏବଗା ଥାନା ଆଇ ଆଇ ସି ଜ୍ୟୋତି ରଞ୍ଜନ ପତି, ଏସ ଆଇ ପ୍ରହଲ୍ଲାଦ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ରାଉଲକେଲା ସାଣ୍ଟିଫିକ ଦଳ ଓ ସୁନ୍ଦରଗଡ଼ରୁ ଅନୁସନ୍ଧାନ କୁକୁର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲା | ରାଏବଗା ପୋଲିସ ସବ ଜବତ କରି ଶବକୁ ବେବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପୋଲିସ ପକ୍ଷରୁ ପ୍ରକାଶ |ପୋଲିସ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ! ଏହା ନେଇ ରାଏବଗା PS କେସ ନମ୍ବର ୧୧୦ / ୨୦୨୪ ଏକ ମାମଲା ରୁଜୁ କରିଛି ହତିଆର ଅନୁସନ୍ଧାନ ନମିଲିଥିବାରୁ ପୋଲିସ ତଦନ୍ତ ଆରମ୍ଭ ରଖିଛି ! ଏହାକୁ ନେଇ ଆଜି କାଦୋବାହାଳ ପଞ୍ଚାୟତ ଅନ୍ତର୍ଗତ ବାଘିୟାଖାନ୍ଦି ଗ୍ରାମରେ ଏକ ସୋକର ଛାୟା ଖେଳିଯାଇଛି |

ad-week
Leave A Reply

Your email address will not be published.