ସଂରକ୍ଷିତ ଜଙ୍ଗଲ ଜମିରେ ଚାରା ରୋପଣ ନେଇ ଦୁଇ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ…

add-all

ଉମରକୋଟ / ଝରୀଗାଁ ( ୧୦/୦୭/୨୦୨୪) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଳାପଦର ପଞ୍ଚାୟତ ଅନ୍ତର୍ଗତ ଧୋହଡ଼ାକୋଟ ସଂରକ୍ଷିତ ଜଙ୍ଗଲରେ ନୂତନ ଭାବେ ଚାରା ରୋପଣକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଲ ସଂଘର୍ଷ ହୋଇଥିବା ବେଳେ ଉଭୟ ଗ୍ରାମର ପ୍ରାୟ ୨୩ ଜଣ ଆହତ ହୋଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଧୋହଡାକୋଟ ଗ୍ରାମର ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ଦୀର୍ଘ ବର୍ଷ ଧରି ଧୋହଡାକୋଟ ଗ୍ରାମର ଲୋକ ମାନେ ଶହ ଶହ ଏକର ସଂରକ୍ଷିତ ଜଙ୍ଗଲରେ ଚାଷ ବାସ କରି ଜୀବିକା ନିର୍ବାହ କରୁଛନ୍ତି ।ତେବେ ନକ୍ସାପଦର ଗ୍ରାମର ଲୋକ ମାନେ ଧୋହଡାକୋଟ ଗ୍ରାମର ସଂରକ୍ଷିତ ଜଙ୍ଗଲରେ ଥିବା ନୀଳ ଜାନୀଙ୍କ ଜମିରେ ନୂଆ ଚାରା ରୋପଣ ପାଇଁ ବିଗତ ମାସରେ ଜମି ତଳେ ଗାତ ଖୋଳିଥିଲେ ଏବଂ ଏହି ଗାତ ଖୋଲାକୁ ନେଇ ଦୁଇ ଗ୍ରାମ ମଧ୍ୟରେ ଯୁକ୍ତି ତର୍କ ହୋଇ ମନାନ୍ତର ରହିଥିଲା।ତେବେ ଗତ କାଲି ବିଳମ୍ବିତ ରାତିରେ ନକ୍ସାପଦର ଗ୍ରାମର ଗ୍ରାମବାସୀ ଟ୍ରାକ୍ଟର ଏବଂ ବାଇକରେ ଧୋହଡାକୋଟ ଗ୍ରାମରେ ଆସି ଗ୍ରାମବାସୀଙ୍କ ଘରେ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଧୋହଡାକୋଟ ଗ୍ରାମବାସୀ। ଅନ୍ୟପକ୍ଷେ ନକ୍ସାପଦର ଗ୍ରାମର ମନଧର ଜାନୀଙ୍କ ଅଭିଯୋଗ ପ୍ରକାରେ ଗତକାଲି ଧୋହଡାକୋଟ ଗ୍ରାମର କିଛି ଲୋକ ସଂରକ୍ଷିତ ଜଙ୍ଗଲରେ ନୂଆ ଚାରା ରୋପଣକୁ ନେଇ କଂଗ୍ରା ନିକଟରେ ଦୁଇ ପକ୍ଷ ଗଣ୍ଡଗୋଳ କରିଥିଲେ ଏପରିକି ମାଡ଼ ମାରିଥିବା ଅଭିଯୋଗ ମଧ୍ୟ କରିଛନ୍ତି। ଏହି ଘଟଣା ପରେ ନକ୍ସାପଦର ଗ୍ରାମବାସୀ ଧୋହଡ଼ାକୋଟ ଗ୍ରାମବାସୀଙ୍କୁ ଝଗଡା ନ କରିବା ସହ ଏହାର ଏକ ଆପୋଷ ବୁଝାମଣା ପାଇଁ ଧୋହଡ଼ାକୋଟ ଗ୍ରାମରେ ଯାଉଥିବା ବେଳେ ରାସ୍ତାରେ ଧୋହଡ଼ାକୋଟ ଗ୍ରାମବାସୀ ନକ୍ସାପଦର ଗ୍ରାମବାସୀଙ୍କୁ ଆକ୍ରମଣ କରିଥିବା ନକ୍ସାପଦର ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.