ଅଳ୍ପ ବର୍ଷାରେ ଭାଙ୍ଗିଲା ଘର, ଆଶ୍ରୟ ଚିନ୍ତାରେ ନିରୀହ ଦମ୍ପତି…

add-all


ଉମରକୋଟ /ଝରୀଗାଁ (୧୦/୦୭/୨୦୨୪ ) ଦୀର୍ଘ ବର୍ଷ ତଳେ ୩୫ ହଜାର ଟଙ୍କା ମୂଲ୍ୟର ଏକ ଇନ୍ଦ୍ରା ଆବାସ ଗୃହ ପାଇଥିଲେ ବର୍ତମାନ ସେ ଘରର ଅବସ୍ଥା ବି ଦୟନୀୟ,କାନ୍ଥରୁ ପ୍ଳାଷ୍ଟର ସବୁ ଝଡି ପଡୁଛି ଆଡ଼ଭେଷ୍ଟ ଟିଣ ସବୁରେ ଛୋଟ ଛୋଟ ଛିଦ୍ର ହୋଇ ଖରା ଦିନରେ ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣ ଘର ଭିତରେ ପ୍ରବେଶ କରୁଥିବା ବେଲେ ବର୍ଷା ଦିନ ଆସିଲେ ଟିଣରୁ ଚଟାଣ ଉପରେ ବର୍ଷାପାଣି ପଡି ସମ୍ପୂର୍ଣ୍ଣ ଘରଟି ଓଦା

ହୋଇଯାଉଛି।ଶୁଆବସା ପାଇଁ ଅସୁବିଧା ହେଉଥୁବାରୁ ଧାରକରଜ କରି ଘରର ସମ୍ମୁଖ ଭାଗରେ ଏକ ବାରଣ୍ଡା ଟିଏ ତିଆରି କରିଥିଲେ କିନ୍ତୁ ଗତକାଲିର ଝିପିଝିପି ବର୍ଷାରେ ବାରଣ୍ଡାର କାନ୍ଥ ଭୁଶୁଡି ପଡିବା ସହିତ ଛାତରେ ଲାଗିଥିବା ସମସ୍ତ ଆଡ଼ଭାଷ୍ଟର ଟିଣ ତଳେ ପଡି ଚୁରମାର ହୋଇଯାଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପାଲିଆ ପଞ୍ଚାୟତ ଅଧୀନରେ ଥିବା ବେଲଝରୀ ଗ୍ରାମରେ। ଗ୍ରାମବାସୀଙ୍କ କହିବା ପ୍ରକାରେ ଗ୍ରାମର ଗାଣ୍ଡା ଯାନୀ (୫୭) ଓ ତାଙ୍କ ସ୍ତ୍ରୀ ତାରା ଯାନୀ ଦୀର୍ଘ ବର୍ଷ ତଳେ ମିଳିଥିବା ଏକ ଇନ୍ଦ୍ରା ଆବାସ ଘରେ ରହିଆସୁଥିଲେ,ସେ ଜଣେ କର୍ମଠ, ସଚ୍ଚଟ ନିରୀହ ବ୍ୟକ୍ତି ତାଙ୍କର ଜମିବାଡ଼ି କହିଲେ କିଛି ନାହିଁ କିମ୍ବା ରୋଜଗାର କରିବା ପାଇଁ ମଧ୍ୟ କୌଣସି ପନ୍ଥା ନାହିଁ।ଦୀର୍ଘ ବର୍ଷ ହେବ ବେଲଝୋରୀ ଗ୍ରାମର ଗାଇଗୋରୁ, ଛେଲିମେଣ୍ଢା ଆଦି ସଂଗ୍ରହ କରି ଗଉଡ଼ିଆ କାମ କରି ପରିବାର ପ୍ରତିପୋଷଣ କରୁ କରୁ ଅନ୍ତିମ ବୟସରେ ପାଦ ଦେଇଛନ୍ତି। ଗାଣ୍ଡାଙ୍କ ପରିବାର କହିଲେ ସ୍ୱାମୀ ସ୍ତ୍ରୀ ସାଙ୍ଗକୁ ଦୁଇପୁଅ ଓ ଦୁଇବହୁ। ଦୁଇ ପୁଅଙ୍କୁ ଦୁଇଟି ମାଟି ଘର କରି ଦେଇ ଥିବାରୁ ସେମାନେ ନିଜ ନିଜ ପରିବାର ସହିତ ଅଲଗା ରହୁଛନ୍ତି।ଗାଣ୍ଡା ଏକ ନିହାତି ସହଜ ସରଳ ସାଧାରଣ ଗରିବ ଶ୍ରେଣୀର ବ୍ୟକ୍ତି ଅଟନ୍ତି ତାର ପାଇଁ ଏଯାଏ ଗାଣ୍ଡା ଉପରେ ସରପଞ୍ଚ, ପଲ୍ଲୀଶୋଭା ଓ ବ୍ଲକ ପ୍ରଶାସନର ସୁଦୃଷ୍ଟି ପଡିନି।ବର୍ତମାନ ଗାଣ୍ଡାଙ୍କ ଘର ଭୁଶୁଡି ଯିବା ପରେ ସ୍ୱାମୀ ସ୍ତ୍ରୀ ଅତ୍ୟଧିକ ଚିନ୍ତିତ ଅଛନ୍ତି।ଜ଼ିଲ୍ଲା ପ୍ରଶାସନ ଯୁଧ୍ୟକାଳୀନ ଭିତ୍ତିରେ ଉକ୍ତ ନିରୀହ ସହଜ ସରଳ ସ୍ୱାମୀ ସ୍ତ୍ରୀଙ୍କୁ ସହାୟତାର ହାତ ବଡାଇବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଏକ ଆବାସ ଗୃହ ଯୋଗେଇ ଦେବାକୁ ବେଲଝୋରୀ ଗ୍ରାମର ଗ୍ରାମବାସୀ ସହିତ ଆଖ ପାଖ ଗ୍ରାମର ଗ୍ରାମବାସୀ ମାନେ ବ୍ଳକ ପ୍ରଶାସନ ଓ ଜ଼ିଲ୍ଲା ପ୍ରଶାସନ ପାଖରେ ଦାବୀ କରିଛନ୍ତି ।

ad-week
Leave A Reply

Your email address will not be published.