ପ୍ରତିକୁଳ ପରିବେଶ ରେ ମାଓ ଅପରେଶନ। ପଲିଥିନ ରେ ବର୍ଷା ପାଣି ସଂଗ୍ରହ କରି ପିଇଉଛନ୍ତି ଯବାନ…

add-all

ମାଲକାନଗିରି : ସାମନାକୁ ଆସିଲା ମାଓ ଅପରେଶନ ର ସାଂଘାତିକ ଚିତ୍ର। ପ୍ରତିକୁଳ ପରିବେଶ ରେ କେମିତି ଘଂଚ ଜଂଗଲ ରେ ଅପରେଶନ ହୁଏ ଏ ଚିତ୍ର ହିଁବୟାନ କରୁଛି। ଆପଣଙ୍କ ଟେଲିଭିଜିନ ସ୍କ୍ରିନ୍ ରେ ଦୁଇଟି ଚିତ୍ର। ଗୋଟିଏ ଚିତ୍ର ରେ ଯବାନ ମାନେ କେମିତି ନଇ ନାଳ ଦେଇ ଅପରେସନ ସାରି ନିଜ କ୍ଯାମ୍ପ କୁ ଫେରୁଛନ୍ତି। ସାଥିରେ ମହିଳା ମାଓବାଦୀଙ୍କ ଶବ କାନ୍ଦେଇ ନଇ ନାଳ ଅତିକ୍ର କରୁଛନ୍ତି। ଆଉ ଗୋଟିଏ ଚିତ୍ର ରେ କେମିତି ବର୍ଷା ପାଣିରୁ ପିଇବା ପାଣି ସଂଗ୍ରହ କରୁଛନ୍ତି। ଅପରେଶନ ସମୟରେ ଯେତେବେଳେ ପିଇବା ପାଇଁ ପାଣି ନ ଥାଏ, ଠିକ୍ ସେତିକି ବେଳେ ପଲିଥିନ ରେ ବର୍ଷା ପାଣି ସଂଗ୍ରହ କରି ଯବାନ ମାନେ ସେଇ ପାଣି ବୋତଲ ରେ ଭର୍ତି କରି ପିଇଉଛନ୍ତା ଯବାନ।

ଗତ କାଲି ଛତିଶଗଡ କାଂକେର ଜିଲ୍ଲା ଛେଟେବେଟିଆ ଥାନା ବିନାଗୁଣ୍ଡା ଜଂଗଲ ରେ ଡିଆରଜି ଯବାନ ଓ ମାଓବାଦୀଙ୍କ ମଧ୍ଯରେ ଗୁଳି ବିନିମୟ ଘଟି ଥିଲା। ଆଉ ଘଟଣା ସ୍ଥଳରୁ ଜଣେ ମହିଳା ମାଓବାଦୀଙ୍କ ଶବ ଓ ଗୁଳି ବନ୍ଧୁକ ଯବତ ହୋଇ ଥିଲା।

ad-week
Leave A Reply

Your email address will not be published.