ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର କିଙ୍ଗପିନ୍ ‘ରକି’ ଗିରଫ

add-all

ପାଟନା: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇକୁ ବଡ଼ ସଫଳତା ମିଳିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶ ରଂଜନ ଓରଫ ରକିକୁ ଗିରଫ କରାଯାଇଛି । ଗିରଫ କରିବା ପରେ ସିବିଆଇ ଆଜି ତାକୁ ପାଟନା କୋର୍ଟରେ ହାଜର କରିଥିଲା। କୋର୍ଟ ରକିଙ୍କୁ ୧୦ ଦିନିଆ ସିବିଆଇ ରିମାଣ୍ଡକୁ ପଠାଇ ଦେଇଛନ୍ତି। ରକି ମୂଳତଃ ବିହାରର ନଓ୍ଵାଡାର ବାସିନ୍ଦା। କିନ୍ତୁ ଗତ କିଛି ବର୍ଷ ହେବ ସେ ରାଞ୍ଚିରେ ଏକ ରେଷ୍ଟୁରାଣ୍ଟ ଚଳାଉଥିଲା। ମିଳିଥିବା ସୂଚନା ଅନୁଯାୟୀ, ରକି ହିଁ ନିଟ୍ ପ୍ରଶ୍ନପତ୍ର ଲିକ୍ କରାଇ ଚିଣ୍ଟୁଙ୍କ ମୋବାଇଲକୁ ପଠାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ରକିକୁ ଧରିବା ପାଇଁ ସିବିଆଇ ପକ୍ଷରୁ ପାଟନା, କଲିକତା ଓ ଏହାର ଆଖପାଖ ୨ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ରାକେଶ ତା ପତ୍ନୀର ମେଲ୍ ଆଇଡି ବ୍ୟବହାର କରି ମେଲ୍ କରୁଥିଲେ, ସେହି ଆଇପି ଠିକଣା ଠାବ କରି ସିବିଆଇ ତା ପାଖରେ ପହଞ୍ଚିଥିଲା।
ରକି ଏହି ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସଞ୍ଜୀବ ମୁଖିଆଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି। ପେପର ଲିକ୍ ମାମଲାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ସନ୍ଦେହ କରାଯାଉଛି। ରକିକୁ ଆଉଟର ପାଟନା ଅଞ୍ଚଳରୁ ଗିରଫ କରାଯାଇଛି। ନିଟ୍ ପେପର ଲିକ୍ ମାମଲାର ତଦନ୍ତ କରୁଥିବା ସିବିଆଇ ଟିମ୍ ମଙ୍ଗଳବାର ଆଉ ଦୁଇ ଅଭିଯୁକ୍ତ ସନ୍ନି ଓ ରଞ୍ଜିତଙ୍କୁ ଗିରଫ କରିଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଜଣେ ପରୀକ୍ଷାର୍ଥୀ ହୋଇଥିବା ବେଳେ ଅନ୍ୟ ଜଣେ ଅନ୍ୟ ପ୍ରାର୍ଥୀଙ୍କ ବାପା।

ad-week
Leave A Reply

Your email address will not be published.