ଶମୀନା ଫିର୍ଦୋସଙ୍କ ବିବାଦୀୟ ମନ୍ତବ୍ୟ; କହିଲେ- ମୁସଲମାନଙ୍କ ପାଇଁ ପ୍ରଥମ ସମ୍ବିଧାନ ହେଉଛି କୁରାନ

add-all

ନୂଆଦିଲ୍ଲୀ : ମୁସଲମାନ ମହିଳାମାନେ ଛାଡ଼ପତ୍ର ପରେ ପୂର୍ବ ସ୍ଵାମୀଙ୍କଠାରୁ ଭରଣପୋଷଣ ପାଇବାର ଆଇନଗତ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ ଏହାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଜଣେ ମୁସଲମାନ ମହିଳା ନେତ୍ରୀ। ମୁସଲମାନଙ୍କ ପାଇଁ କୁରାନ ହେଉଛି ପ୍ରଥମ ସମ୍ବିଧାନ ଏବଂ ଆମେ କୁରାନକୁ ଅନୁସରଣ କରିବୁ ବୋଲି କହିଛନ୍ତି ଜାମ୍ମୁ-କାଶ୍ମୀର ନ୍ୟାଶନାଲ କନ୍‌ଫରେନ୍ସର ମହିଳା ମୋର୍ଚ୍ଚା ସଭାପତି ଶମୀନା ଫିର୍ଦୋସ। ସେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ଭଲ, କିନ୍ତୁ ଜାମ୍ମୁ-କାଶ୍ମୀର ଭଳି ମୁସଲମାନ ବହୁଳ ପ୍ରଦେଶ ପାଇଁ ମୁସଲିମ ଆଇନ ସବୁକିଛି। ମୁସଲିମ ଆଇନରେ ଏହା ଆଗରୁ ଉଜ୍ଜୀବିତ ରହିଛି ଏବଂ ଛାଡ଼ପତ୍ର ପରେ ମହିଳାମାନେ ଭରଣପୋଷଣ ପାଉଛନ୍ତି।
ଶମୀନା ଆହୁରି କହିଛନ୍ତି ଯେ, ଯାହା ଆମ ମୁସଲିମ ଆଇନକୁ ଚ୍ୟାଲେଞ୍ଜ କରିବ ତାହାକୁ ଆମେ କଦାପି ଗ୍ରହଣ କରିବୁ ନାହିଁ। କୁରାନରେ ଏମିତି କିଛି ନାହିଁ ଯାହାକୁ ଚ୍ୟାଲେଞ୍ଜ କରାଯାଇ ପାରିବ। ଆମ ବ୍ୟକ୍ତିଗତ ଆଇନ ତଥା ମୁସଲିମ ଆଇନକୁ ଯଦି ଚ୍ୟାଲେଞ୍ଜ କରାଯିବ ତାହାକୁ ଆମେ ସହ୍ୟ କରିପାରିବୁ ନାହିଁ।
ସୂଚନାଯୋଗ୍ୟ, ଗତ ବୁଧବାର ବିଚାରପତି ବି.ଭି. ନାଗାରତ୍ନା ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମାସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ତେଲେଙ୍ଗାନାର ଏକ ମାମଲାର ଶୁଣାଣି କରି ଛାଡ଼ପତ୍ର ପରେ ମୁସଲମାନ ମହିଳାମାନଙ୍କର ଭରଷପୋଷଣ ପାଇବାର ଆଇନଗତ ଅଧିକାର ରହିଛି ବୋଲି ରାୟ ଦେଇଥିଲେ।

ad-week
Leave A Reply

Your email address will not be published.