ନଦୀବନ୍ଧରୁ ପ୍ରାଚୀନ ଜୈନ ମୂର୍ତ୍ତି ଉଦ୍ଧାର

add-all

ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ମୁଢ଼ାପଦା ଗାଁ ବୈତରଣୀ ନଦୀବନ୍ଧରୁ ପ୍ରାଚୀନ ଜୈନ ମୂର୍ତ୍ତି ଉଦ୍ଧାର ହୋଇଛି। ଆଜି କିଛି ଲୋକ ନଦୀପଠାକୁ ଯାଉଥିବା ବେଳେ ମୂର୍ତ୍ତି ଗୁଡ଼ିକୁ ଅଧା ପୋତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ଲୋକେ ସ୍ଥାନୀୟ ଗବେଷକ ବିଶ୍ୱମ୍ବର ରାଉତଙ୍କୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଗବେଷକ ବିଶ୍ୱମ୍ବର ପହଞ୍ଚି ମୁର୍ତ୍ତି ଗୁଡ଼ିକୁ ଦେଖିବା ପରେ ଏହା ପୁରାତନ ଜୈନ ମୂର୍ତ୍ତି ବୋଲି କହିଥିଲେ।
ଉଦ୍ଧାର ହୋଇଥିବା ମୂର୍ତ୍ତିଗୁଡ଼ିକର ଉଚ୍ଚତା ଦେଢ଼ଫୁଟ ଓ ଚଉଡ଼ା ଏକ ଫୁଟ ହେବ। ଏହି ଜୈନ ୨୪ ତୀର୍ଥଙ୍କର ମୂର୍ତ୍ତିଟି ସପ୍ତମ କିମ୍ବା ଅଷ୍ଟମ ଶତାଦ୍ଦୀର ବୋଲି ଜଣା ପଡ଼ିଛି। ପ୍ରାଚୀନ ଶିଳା ହୋଇଥିବାରୁ ପାର୍ଶ୍ୱରୁ କିଛି କିଛି ଅଂଶ ଭାଙ୍ଗିଯାଇଥିବା ବେଳେ କେତକ ତୀର୍ଥଙ୍କର ମୁହଁ ସ୍ପଷ୍ଟ ଦେଖାଯାଉନାହିଁ।

ad-week
Leave A Reply

Your email address will not be published.