ଧର୍ମଶାଳାରେ ବିଭିନ୍ନ କ୍ରସର ୟୁନିଟରେ ରେଡ୍

add-all

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନରେ ଚାଲୁଥିବା ବିଭିନ୍ନ କ୍ରସର ୟୁନିଟରେ ଖଣି ବିଭାଗର ଚଢ଼ାଉ। ଧର୍ମଶାଳା ତହସିଲ ଅଧୀନ ବାଜବଟି ମୌଜାରେ ବିଭିନ୍ନ କ୍ରସର ୟୁନିଟରେ ଲଘୁ ଖଣି ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ଗଢି ଉଠିଥିବା କ୍ରସର ୟୁନିଟର କାଗଜ ପତ୍ର ଯାଞ୍ଚ ସହ ଗଛିତ କଞ୍ଚାମାଲର ମୂଲ୍ୟାୟନ କରାଯାଇଛି।
ଖଣି ବିଭାଗର ଅଧିକାରୀ, ରାଜସ୍ୱ ବିଭାଗ କର୍ମଚାରୀ ଓ ପୁଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି। ଯେଉଁ କ୍ରସର ଗୁଡ଼ିକର ସମସ୍ତ କାଗଜପତ୍ର ଠିକ ନଥିବ, ସେହି କ୍ରସର ଉପରେ ବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।
ସେପଟେ ବାଜାବାଟୀ ପାହାଡ଼ରେ ବେଆଇନ୍ କଳାପଥର ଚୋରା ଚାଲାଣ ହେଉଥିବା ଅଭିଯୋଗ ପାଇ ଖଣି ବିଭାଗ ଅଧିକାରୀ ଚଢାଉ କରିବା ବେଳେ ମାଫିଆମାନେ ଘଟଣାସ୍ଥଳରୁ ଛୁ ମାରିଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.