ଅର୍ଦ୍ଧସୈନିକ ବାହିନୀରେ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ

add-all

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ଟାର୍ଗେଟ କରିଚାଲିଥିବାବେଳେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏବେ ପୂର୍ବତନ ଅଗ୍ନିବୀରମାନଙ୍କୁ ଅର୍ଦ୍ଧସାମରିକ ବାହିନୀରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ। ସିଆଇଏସଏଫ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବ । ଏହାକୁ ନେଇ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା କୁହାଯାଉଛି।
ସୂଚନାଯୋଗ୍ୟ, ଅଗ୍ନିବୀରଙ୍କୁ ନେଇ ଲଗାତାର ପ୍ରଶ୍ନ ଉଠୁଛି। ଅଗ୍ନିବୀରଙ୍କ ପାଇଁ ସମାନ ସୁବିଧା ପାଇଁ ବିରୋଧୀ ଦଳ ଲଗାତାର ଦାବି କରି ଆସୁଛନ୍ତି। ଏବେ ଗୃହ ମନ୍ତ୍ରଣାଳୟର ଏହି ପଦକ୍ଷେପ ବିରୋଧୀଙ୍କ ଆକ୍ରମଣର ପ୍ରକୋପକୁ ହ୍ରାସ କରିବ। କେନ୍ଦ୍ରର ଏହି ନିଷ୍ପତ୍ତି ଦ୍ୱାରା ହଜାର ହଜାର ଅଗ୍ନିବୀର ଉପକୃତ ହେବେ ।
ସରକାର ୧୪ ଜୁନ୍ ୨୦୨୨ରେ ଅଗ୍ନିପଥ ଯୋଜନା ଆଣିଥିଲେ । ଏହା ଅନୁସାରେ ସାଢ଼େ ୧୭ରୁ ୨୧ ବର୍ଷ ବୟସର ଯୁବକମାନଙ୍କୁ ୪ ବର୍ଷ ପାଇଁ ସଶସ୍ତ୍ର ବାହିନୀରେ ନିଯୁକ୍ତି ଦିଆଯାଉଛି । ମାତ୍ର ଆରମ୍ଭ ହେବାପରଠାରୁ ବିରୋଧୀ ଦଳ ସେମାନେ କେତେକ ରାଜ୍ୟର ଲୋକମାନେ ଏହାକୁ ବିରୋଧ କରୁଛନ୍ତି । ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏହାକୁ ନେଇ ଲଗାତାର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଅଗ୍ନିବୀରମାନଙ୍କୁ ସାଧାରଣ ସୈନିକଙ୍କ ଭଳି ସୁବିଧା ଯୋଗାଇ ଦେବାକୁ ବିରୋଧୀଙ୍କ ପକ୍ଷରୁ ଦାବି ହୋଇଛି। ଅଗ୍ନିପଥ ଯୋଜନା ଅଧୀନରେ ଅଗ୍ନିବୀରମାନଙ୍କୁ ଭାରତୀୟ ସ୍ଥଳସେନା, ବାୟୁସେନା ଏବଂ ନୌସେନାରେ ପ୍ରଶିକ୍ଷଣ ଅବଧି ସମେତ ୪ ବର୍ଷ ପାଇଁ ସାମିଲ କରାଯାଇଛି। ଏହାର ୪ ବର୍ଷ ପରେ ୨୫ ପ୍ରତିଶତ ଅଗ୍ନିବୀର ଭାରତୀୟ ସେନାରେ ସ୍ଥାୟୀ ଭାବେ ଯୋଗ ଦେଇଛନ୍ତି।

ad-week
Leave A Reply

Your email address will not be published.