ଆଇଟିଡ଼ିଏର ସମନ୍ୱୟରେ ଭିଡିଭିକେ ମହିଳା ଗ୍ରୁପମାନଙ୍କର ଖଲି ବିକ୍ରୟ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ତଳଦଦଣ୍ଡିକିଆ ପଂଚାୟତ ରେ ମିଶନ ଶକ୍ତି ଦ୍ୱାରା ଅନୁଷ୍ଠିତ ହୋଇଥିବା ଏସ ଏଚ ଜି ଗ୍ରୁପ ମା ମାନଙ୍କର ଦ୍ୱାରା ବନଧନ ବିକାଶ କେନ୍ଦ୍ରରେ ଶାଳ ଶିଆଳି ପତ୍ରରେ ହାତ ତିଆରି ଖଲି ପ୍ରସ୍ତୁତି କରାଯାଇଥିଲା l କିନ୍ତ ସେମାଙ୍କର ପାଖରେ ବିକ୍ରି କରିବାର କୌଣସି ବିକଳ୍ପ ଆୟୋଜନ ନଥିଲା । ଶେଷରେ ଆଇ ଟି ଡି ଏ ସଂସ୍ପର୍ଶ ରେ ଆସିବା ପରେ ପ୍ରକଳ୍ପ ପ୍ରଶାସିକା ଶ୍ରୀମତୀ ଦେବଯାନୀ ଭୂୟାଁ ଓ ପ୍ରୋଜେକଟ ମ୍ୟାନେଜେର ପି. ମୁରଲୀ ମୋହନଙ୍କ ହସ୍ତକ୍ଷେପ ପରେ ଖଲି ବିକ୍ରୟ ସମ୍ଭବ ପର ହୋଇପାରିଛି l ଏହି ମା ପୀତାବଳୀ ଭି ଡି ଭି କେ ଏସ ଏଚ ଜି ଗ୍ରୁପର ମହିଳା ମାନେ ୩୨୩ ବଣ୍ଡଲ ଖଲି ବିକ୍ରି କରି ସ୍ୱାବଲମ୍ବୀ ହେଇପାରିଛନ୍ତ ପୁଣି ଆଗାମୀଦିନରେ ଏହାକୁ ଜାରି ରଖି ସ୍ୱାବଲମ୍ବୀ ହେବାର ଆଶା ପ୍ରକଟ କରିଛନ୍ତି। ଏଥିରେ ସ୍ଵାତି ଅନୁଷ୍ଠାନର ଜୀବିକା ବିଶେଷଜ୍ଞ ଉମାକାନ୍ତ ସାହୂ ଯିଏକି ଆଇ ଟି ଡି ଏ ରେ କାର୍ଯ୍ୟରତ ଉପସ୍ଥିତ ରହି ଏଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.