ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ‘ମେଗା ବୃକ୍ଷରୋପଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ଡକ୍ଟର ତନୁଜା ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହାବିଦ୍ୟାଳୟ ପରିସରରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥିଲା । ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜିକା ଡକ୍ଟର ତପସ୍ଵିନୀ ଗୌଡ଼, ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ବୃନ୍ଦ ଏବଂ ଶ୍ରୀ ସତ୍ୟସାଇ ସେବା ସଂଗଠନ, ଓଡ଼ିଶାର ପ୍ରମୋଦ କୁମାର ପତି, ମନୋଜ ମିଶ୍ର, ଶ୍ରୀରାମ ପାତ୍ର, ଶ୍ରୀମତୀ ସସ୍ମିତା ରାୟଗୁରୁ, ବିୟତକେଶ ତ୍ରିପାଠୀ ଆଦିଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ଅଂଶଗ୍ରହଣ କରିଥିଲେ । ଏହା ପୂର୍ବରୁ ଜୁଲାଇ ୬ ତାରିଖରେ ମଧ୍ଯ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ସ୍ୱେଚ୍ଛାସେବୀଙ୍କ ମିଳିତ ସହଯୋଗରେ ଅନୁଷ୍ଠାନରେ ବନ ମହୋତ୍ସବ ପାଳନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ତନୁଜା ସିଂହ, ଫୁଲବାଣୀ ବନ ବିଭାଗର ରେଞ୍ଜର ଶିବାନନ୍ଦ ଲେଙ୍କା ଏବଂ ଯୁବ ରେଡକ୍ରସର ସଂଯୋଜିକା ଶ୍ରୀମତୀ ଯଶୋଦା ଜେନା ବୃକ୍ଷ ରୋପଣ କରିବା ସହିତ ଏହାର ସଂରକ୍ଷଣ ନିମିତ୍ତ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

ad-week
Leave A Reply

Your email address will not be published.