ଭୂସ୍ଖଳନ ପରେ ଭାସିଗଲା ବସ୍; ୬୩ ଜଣଙ୍କ ପତ୍ତା ମିଳୁନି

add-all

ନେପାଳରେ ଭୟଙ୍କର ଭୂସ୍ଖଳନ। ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ହେବା ଫଳରେ ନଦୀରେ ୨ଟି ବସ୍ ଭାସି ଯାଇଥିବା ସୂଚନା ମିଳିଛି। ଫଳରେ ବସରେ ଥିବା ୬୩ ଜଣ ଯାତ୍ରୀ ନିଖୋଜ ହୋଇ ଯାଇଛନ୍ତି।

ସୂଚନା ଅନୁସାରେ, କେନ୍ଦ୍ରୀୟ ନେପାଳ ମଦନ-ଆଶ୍ରିତ ହାଇୱେରେ ଏହି ଅଘଟଣ ଘଟିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢେ ତିନିଟା ସମୟରେ ହଠାତ୍ ଭୂସ୍ଖଳନ ହେବା ଫଳରେ ବସ୍ ଓଲଟି ତ୍ରିଶୂଳି ନଦୀରେ ପଡ଼ିଥିଲା।

୨ଟି ବସ୍‌ର ଡ୍ରାଇଭରଙ୍କ ସମେତ ପାଖାପାଖି ୬୩ ଜଣ ଯାତ୍ରୀ ଥିବା କୁହାଯାଉଛି। ଏଯାଏ ବସର ମଧ୍ୟ କୌଣସି ପତ୍ତା ମିଳି ନାହିଁ। ଖବର ପାଇଁ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ବର୍ଷା କାରଣରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଳ ଚିନ୍ତା ପ୍ରକଟ କରିବା ସହ ଉଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ସରକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।

ସେପଟେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିବାରୁ ଏକାଧିକ ବିମାଣ ଉଡ଼ାଣ ବାତିଲ୍ କରାଯାଇଛି। କାଠମାଣ୍ଡରୁ ଭରତପୁର ଏବଂ ଚିତୱାନକୁ ଯିବାକୁ ଥିବା ବିମାନ ବାତିଲ୍ ହୋଇଥିବା ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ad-week
Leave A Reply

Your email address will not be published.