ତାପଙ୍ଗ ଖଣି ପାଣିରୁ ମିଳିଲା ନିଖୋଜ ଓମ୍‌ ପ୍ରକାଶଙ୍କ ମୃତଦେହ

add-all

ଖୋର୍ଦ୍ଧା: ତାପଙ୍ଗ ଖଣି ପାଣିରୁ ମିଳିଲା ଓମ୍‌ ପ୍ରକାଶଙ୍କ ମୃତଦେହ। ୫ ଦିନ ପରେ ଆଜି ସକାଳେ ଖଣି ପାଣିରେ ଭାସିଲା ମୃତଦେହ। ଓମ୍‌ ପ୍ରକାଶ ରଥଙ୍କ ମୃତଦେହକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ। ସୋମବାର ରିଲ୍ସ କରିବା ବେଳେ ପାଣିରେ ଖସିପଡ଼ିଥିଲେ ଯୁବକ।

ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଖଣି ପୋଖରୀରେ ବୁଡି ନିଖୋଜ ହୋଇଥିବା ଯୁବକ ଓମ୍ ପ୍ରକାଶ ରଥଙ୍କ ୪ ଦିନ ହେଲା ପତ୍ତା ମିଳୁନଥିଲା । ୪ ଦିନ ଧରି ନିଜର ପାରୁପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଥିଲେ ଉଦ୍ଧାରକାରୀ ଟିମ୍ । ଗତକାଲି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲା ରାଉଲକେଲା ଏନଆଇଟିର ଏକ ସ୍ବତନ୍ତ୍ର ରୋବର୍ଟ । ଏହାସହିତ ଅହରହ ସର୍ଚ୍ଚ ଅପରେସନ ଜାରି ରଖିଥିଲେ ଏନଡିଆରଏଫ, ଓଡ୍ରାଫ, ନାଭାଲ ଓ ଏହା ସହିତ ଅଗ୍ନିଶମ ବାହିନୀ। ୫ ଦିନ ପରେ ଅର୍ଥାତ୍ ଆଜି ସକାଳେ ଖଣି ପାଣିରେ ଭାସିଲା ମୃତଦେହ।

ତେବେ କହିରଖୁଛୁ, ଗତ ୮ ତାରିଖରେ ୪ ଜଣ ସାଙ୍ଗ ତାପଙ୍ଗ ଖଣି ପୋଖରୀକୁ ବୁଲିବାକୁ ଆସିଥିଲେ। ସେଠାରେ ରିଲସ୍ କଲାବେଳେ ଖଣି ପୋଖରୀରେ କସି ପଡିବାରୁ ବୁଡି ଯାଇଥିଲେ ଦୁଇ ଜଣ ଯୁବକ। ଜଣଙ୍କୁ ସେହି ଦିନ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣ ଯୁବକ ଓମ୍‌ଙ୍କର ପତ୍ତା ମିଳିପାରିନଥିଲା । ଏନେଇ ଆଜି ସକାଳେ ୮ ଜଣିଆ ଏନଆଇଟିର ସ୍ୱତନ୍ତ୍ର ରୋବଟ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଜିଖୋଜି କରୁଛନ୍ତି।

ad-week
Leave A Reply

Your email address will not be published.