୨୫ ଯାଏ ବିଚାର ବିଭାଗୀୟ ହାଜତକୁ ଗଲେ କେଜ୍ରିୱାଲ

add-all

ଇଡି କେସ୍‌ରେ ଅନ୍ତରୀଣ ଜାମିନ ପାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ମାମଲାରେ ଝଟକା ଲାଗିଛି। ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହାଜତ ଅବଧିକୁ ୨୫ ଯାଏ ବୃଦ୍ଧି କରିଛନ୍ତି।

ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ରୁଜୁ କରିଥିବା ମାମଲାରେ କୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି। ଆଜିର ଶୁଣାଣି ବେଳେ ତିହାର ଜେଲରୁ କେଜ୍ରିୱାଲ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇଥିଲେ। 

ଏହାପୂର୍ବରୁ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ରୁଜୁ କରିଥିବା କେସ୍‌ରେ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜାମିନ ଦେଇଥିଲେ। ହେଲେ ଜୁନ ୨୬ରେ ତାଙ୍କୁ ସିବିଆଇ ଗିରଫ କରିଥିବାରୁ ସେ ଜେଲରୁ ବାହାରି ପାରି ନାହାନ୍ତି।

ସିବିଆଇ କହିଛି ଯେ ଅବକାରୀ ନୀତି ଦୁର୍ନୀତି ମାଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଉଛନ୍ତି କେଜ୍ରିୱାଲ। ତାଙ୍କ ସହଯୋଗୀ ବିଜୟ ନାଏର ବିଭିନ୍ନ ମଦ ବ୍ୟବସାୟୀଙ୍କ ଯୋଗାଯୋଗରେ ରହିଥିଲେ। ସେ ଆପ୍‌ ପାଇଁ ପାଣ୍ଠି ସଂଗ୍ରହଣ କରୁଥିଲେ ବୋଲି ସିବିଆଇ କହିଛି।

ସିବିଆଇ ଏହାପୂର୍ବରୁ ଦାଖଲ କରିଥିବା ଚାର୍ଜଶିଟରେ ଦାବି କରିଥିଲା ଯେ ଆପ୍ ଗ୍ରହଣ କରିଥିବା ୧୦୦ କୋଟି ଟଙ୍କାର ଲାଞ୍ଚରୁ ୪୪.୪୫ କୋଟି ଟଙ୍କା ଦଳ ଗୋଆ ନିର୍ବାଚନରେ ଖର୍ଚ୍ଚ କରିଥିଲା। ହାୱାଲା ଚ୍ୟାନେଲ ଦ୍ୱାରା ଏପରି ଟଙ୍କା କାରବାର ହୋଇଥିଲା। କିନ୍ତୁ ଏଯାଏ ସିବିଆଇ ଏହାର ନିର୍ଦ୍ଦିଷ୍ଟ ପ୍ରମାଣ କୋର୍ଟରେ ଉପସ୍ଥାପନ କରିପାରି ନାହିଁ।

ad-week
Leave A Reply

Your email address will not be published.