ଓସିଏ ସଭାପତି ପଦରୁ ପ୍ରଥମେ ବବି ଦାସ ଇସ୍ତଫା ଦେବା ଉଚିତ୍: ସମୀର ଦେ

add-all

ଭୁବନେଶ୍ବର: ଓସିଏରୁ ବବି ଦାସଙ୍କ ଇସ୍ତଫା ଦାବି କଲେ ସମୀର ଦେ। ଫାଓ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ପରେ ଏଭଳି ଏକ ଦାବୀ କରିଛନ୍ତି ସମୀର। ସମୀର କହିଛନ୍ତି ଯେ, ଓସିଏ ସଭାପତି ପଦରୁ ପ୍ରଥମେ ବବି ଦାସ ଇସ୍ତଫା ଦେବା ଉଚିତ୍ ।

ସମୀର ଦେ ଆହୁରି ମଧ୍ୟ କହିଛନ୍ତି ଯେ, ଓସିଏ କିମ୍ବା କ୍ରୀଡ଼ାର ବବି ଦାସ କିଛି ଉନ୍ନତି କରିନାହାନ୍ତି। କେବଳ ନିଜର ଫାଇଦା ପାଇଁ ସେ ଓସିଏରେ ଅଛନ୍ତି। ସେହିପରି କ୍ରିକେଟରେ ବି ପରିବର୍ତ୍ତନର ଆବଶ୍ୟକତା ଅଛି ବୋଲି କହିଛନ୍ତି ସମୀର। ସେହିପରି ପୂର୍ବ ସରକାର ବିଭିନ୍ନ କ୍ରୀଡ଼ା ସଂଗଠନକୁ କବ୍‌ଜା କରିଥିଲେ। କ୍ରୀଡ଼ାର ଉନ୍ନତି ନ କରି ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଥିଲେ। କ୍ରୀଡ଼ା କ୍ଷେତ୍ରରେ ହୋଇଥିବା ବଡ଼ ବଡ଼ ଦୁର୍ନୀତିରେ ଆଇଏଏଙ୍କ ହାତ ଅଛି। କିନ୍ତୁ ଏ ସରକାର ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ସମୀର ଦେ।

ସୂଚନା ଯୋଗ୍ୟ ଯେ,ଫୁଟବଲ ଆସୋସିଏସନ ଅଫ୍ ଓଡ଼ିଶା (ଫାଓ)ର ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବଚିତ ହୋଇଛନ୍ତି ସମୀର ଦେ । ଏହା ସହିତ ସମ୍ପାଦକ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ଆଶୀର୍ବାଦ ବେହେରା । ଗତ ୯ ତାରିଖରେ ସଭାପତି ପଦରୁ ଇସ୍ତଫା ଦେଇଥିଲେ ଦେବାଶିଷ ସାମନ୍ତରାୟ ।

ad-week
Leave A Reply

Your email address will not be published.