ବ୍ରହ୍ମପୁର ମହାନଗର ନିଗମ ରେ ପୋଖରୀ ସୌନ୍ଦର୍ଯ୍ୟ କରଣ ରେ ମହା ଦୁର୍ନୀତ..!

ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନାମରେ ବି ହୋଇଛି ଲୁଟ…..!!

add-all

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ରେଶମ ସହର ବ୍ରହ୍ମପୁର ମହାନଗର ନିଗମ ର ଦୁର୍ନୀତି ର ଗୁମର ଧିରେ ଧିରେ ଖୋଲୁଛି। ଯେଉଁଠି ହାତ ମାରିବ ସେଇଠି ପାଇବା ଦୁର୍ନୀତି ର ଗନ୍ଧ,ନିର୍ବାଚନ କୁ ଆଖି ଆଗରେ ରଖି କୋଟି କୋଟି ଟଙ୍କାର ମହାଲୁଟ ହୋଇଥିବା ଏବେ ଚର୍ଚ୍ଚା ଜୋର ଧରିଛି। ପୋଖରୀ ସୌନ୍ଦର୍ଯ୍ୟ କରଣ ନାମରେ ନେତା ଠାରୁ ଆରମ୍ଭ କରି ବାବୁ ମାନେ ଭାଗ ବାଣ୍ଟି କୋଟି କୋଟି ଟଙ୍କାର ହଡପ କରିଥିବା ନେଇ ଅଭିଯୋଗ ହେଲାଣି। “ସରକାର କା ମାଲ ଦରିଆ ମେ ଡ଼ାଲ” ନୀତିରେ କ୍ଷମତା ର ଉପଭୋଗ କରି ଏହି ମହାଲୁଟ ହୋଇଛି। ଯାହାକି ଅତି ସାଙ୍ଘାତିକ ବ୍ରହ୍ମପୁର ବି ଏମ ସି କୁ ଦୁର୍ନୀତି ର ଗନ୍ତାଘର ଘର କହିଲେ କିଛିବି ଭୁଲ ହେବନାହିଁ l ରାସ୍ତା, ନାଳ ନର୍ଦମା ଠାରୁ ସହରରେ ସି ସି ଟିଭି, ଆଲୋକ ଲଗାଇବା ରେ ପ୍ରଶାସନ କୋଟି କୋଟି ଟଙ୍କା ବାଟ ମାରଣା କରିଥିବା କୁ ନେଇ ଅଭିଯୋଗ ଆସିବା ପରେ ତଥ୍ୟ ପାଇଁ ସୂଚନା ଆଇନ ଆଧାର ରେ ତଥ୍ୟ ମଗା ଯାଇଛି କିନ୍ତୁ ମାସ ପୂରିବାକୁ ଆସିଲାଣି ତଥ୍ୟ ଦେବାକୁ ପ୍ରଶାସନ ପଛ ଗୁଞ୍ଛା କାହିଁକି ଏଠୁ ଅନୁମାନ କରାଯାଇ ପାରେ l ବାବୁ ରଜ ର ନଗ୍ନ ନମୁନା ଗଞ୍ଜାମ ଜିଲ୍ଲାରେ ହିଁ ବହୁ ମାତ୍ରା ରେ ଦେଖିବାକୁ ମିଳିଛି l ବି ଏମ ସି କୁ ଯେଉଁ ଅଧିକାରୀ ଆସିଲେ ଜଣେ ଜଣେ କୁବେର ହୋଇ ଯାଇଛନ୍ତି ତେଣୁ ଯଦି ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଇ ବିଏମସି ର ପ୍ରତ୍ୟେକ କାର୍ଯ୍ୟ କୁ ତଦନ୍ତ ପରିସର ଭୁକ୍ତ କରନ୍ତି ଅନେକ ତଥ୍ୟ ପଦାକୁ ଆସିବ ବୋଲି ସହରର ବୁଦ୍ଧିଜୀବୀ ଓ ସାଧାରଣ ଅଭିଯୋଗ କରିଛନ୍ତି l ଓଡିଶା ସ୍ୱତନ୍ତ୍ର ଭିଜିଲାନ୍ସ ବିଭାଗ ଦ୍ଵାରା ଯଦି ତଦନ୍ତ ହୁଏ ତେବେ ଅନେକ ଅଫିସର, ଯନ୍ତ୍ରୀ ଠାରୁ କିରାଣୀ ମାନଙ୍କ ଅସଲ ମୁଖା ଖୋଲିଯିବ l ସୂଚନା ଥାଉକି ଏହା ସାଙ୍ଗକୁ ସହର ର ବିଭିନ୍ନ ସ୍ଥାନ ମାନଙ୍କ ରେ ମହା ପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ମଧ୍ୟ ମହାଲୁଟ ହୋଇଥିବା ମଧ୍ୟ ଅଭିଯୋଗ ହେଉଛି। ନିର୍ବାଚନ କୁ ଆଖି ଆଗରେ ରଖି ଅତି ତରବରିଆ ଭାବରେ ପ୍ରତି ମୂର୍ତ୍ତି ଗୁଡ଼ିକୁ ଆବର୍ଜନା ଥିବା ସ୍ଥାନରେ ବି ସ୍ଥାପନ ହୋଇଥିବା ଦେଖିବାକୁ ମୁଳିଛି।ଏହାକୁ ନେଇ ଅନେକ ଅଭିଯୋଗ ହୋଇଛି କିନ୍ତୁ ଅଭିଯୋଗ କୁ କର୍ଣ୍ଣପାତ କରିନାହାନ୍ତି ଏଠାକାର ଅଫିସର କିମ୍ବା ଲୋକ ପ୍ରତିନିଧି l ସବୁକିଛି ମିଲିଭଗତ ରେ ହୋଇଛି ଲୁଟ l ବ୍ରହ୍ମପୁର ମହା ନଗର ର ମହା ଦୁର୍ନୀତି କୁ ନେଇ ଏବେ ଏକ ବଡ଼ ଧରଣର ତଦନ୍ତ ହେବ ବୋଲି ଚର୍ଚ୍ଚା ହେବା ପରେ ବାବୁ ଓ ନେତା ମାନଙ୍କ ମଧ୍ୟରେ ଛନକା ପଶିଥିବା ଲକ୍ଷ କରାଯାଇଛି। ଦେଖାଯାଉ ଏହି ତଦନ୍ତ ହେବ ନା ନାଲିଫିତା ତଳେ ଦବିଜୀବ ତାହା ସମୟ କହିଁବ.. I

ad-week
Leave A Reply

Your email address will not be published.