ଧରକୋଟ ରେ ଚାଞ୍ଚଲ୍ୟ… ସୁନା ଦୋକାନୀ କୁ ବାନ୍ଧି ବନ୍ଧୁକ ମୁନ ରେ କୋଟିଏ ଟଙ୍କାରୁ ଉର୍ଦ୍ଧ ସୁନା ରୂପ ଲୁଟ…

add-all


ଵ୍ରହ୍ମପୁର: ୧୪-୭ ଗଞ୍ଜାମ ଜିଲ୍ଲାରେ ଲୁଟେରା ଏବେ ସକ୍ରିୟ। ଧରାକୋଟ ଥାନା ସୁନା ମୋହି ଗ୍ରାମରେ ଥିବା ଶ୍ରୀ ରୁଦ୍ର ଶାଇ ସୁନା ଦୋକାନରୁ ଏକ କୋଟି ରୁ ଉଦ୍ଧ ଟଙ୍କାର ଲୁଟ ସ୍ୱର୍ଣ ଅଳଙ୍କାର ସହ ରୁପା ଓ ନଗଦ ଟଙ୍କା ଲୁଟି ନେଲେ ତିନି ଦୁର୍ବୁତ୍ତ l ଅଭିଯୋଗ କରିଛନ୍ତି ସ୍ବର୍ଣ୍ଣ ଅଳଙ୍କାର ମାଲିଜ । ଦୋକାନି ମାଲିକ ଗୋପାଳ କୃଷ୍ଣ ଜେନାଙ୍କୁ ବନ୍ଧୁକ ଦେଖାଇ ହାତ ଗୋଡ଼ ବାନ୍ଧି ଦୋକାନରେ ଥିବା ୩କିଲୋ ସୁନା , ୮ କିଲୋ ଅଧେ ରୁପା ଅଳଙ୍କାର ଓ ନଗଦ ୩ ଲକ୍ଷ ଟଙ୍କା ସହ ପିନ୍ଧିଥିବା ଚାରୋଟି ମୁଦି ଦୃବୁତ ମାନେ ଲୁଟି ନେଇଥିବା ଅଭିଯୋଗ ଆସିଛି। ଗୋଟିଏ ବାଇରେ ୩ ଜଣ ରାତ୍ର ସମୟରେ ଆସି ସୁନା କିଣିବା ବାହାନାରେ ଅଳଙ୍କାର ଦୋକାନରେ ପଶିଥିଲେ। ଦୋକାନ ବନ୍ଦ କରି ମାଲିକ ହିସାବ କିତାବ ତୁଟାଉ ଥିବା ବେକେ ୩ ଜଣ ଲୁଟରାଙ୍କ ଆତଙ୍କ ରାଜ କରି ଥିବା ଅଳଙ୍କାର ସବୁ ଦେଖାଇ ଥିଲେ। ବ୍ୟବସାୟୀଙ୍କ ଦୁଇ ପୁଅ ଥିବା ବେଳେ ସ୍ତ୍ରୀ ବାରି ପଟେ ରହିଥିବାର ସୁଯୋଗ ନେଇ ଲୁଟରା ମାନେ ସୁନା ଆଳଙ୍କାର ନେଇ ଫେରାର ହୋଇ ଯାଇଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ବ କରିଛି। ପ୍ରକାଶ ଥାଉକି ଗଞ୍ଜାମ ଜିଲ୍ଲାରେ ଗ୍ରମାଞ୍ଚଳ ଠାରୁ ସହରାଞ୍ଚଳ ରେ ମାଳ ମାଳ ସୁନା ଦୋକାନ ରହିଛି।ହେଲେ କେବଳ ଚୋରି ଡକାୟତି ହେଲେ କେଜି କେଜି ସୁନା ରୂପ ଲୁଟ ସମ୍ପର୍କରେ ଅଭିଯୋଗ ହେଉଛି। ଦୈନିକ କେତେ ଟଙ୍କାର ବ୍ୟବସାୟ ହେଉଛି, କେତେ ଟଙ୍କାର ଟିକସ ଦିଆ ହେଉଛି,ବିଭାଗୀୟ ଅଧିକାରୀଙ୍କ ପାଖରେ ହିସାବ ରହୁନାହିଁ। ବାବୁ ମାନଙ୍କ ଆଶୀର୍ବାଦ ଯୋଗୁଁ ସରକାର ଲକ୍ଷ ଲକ୍ଷ ଟଙ୍କାର ଟିକସ ହରାଉଥିବା ନେଇ ରୀତିମତ ଅଭିଯୋଗ ହେଉଛି।

ad-week
Leave A Reply

Your email address will not be published.