ଅଶାନ୍ତ ଗଞ୍ଜାମ : ଝିଅକୁ ରକ୍ଷା କରିବାକୁ ଯାଇ ଦିବ୍ୟାଙ୍ଗ ବାପା ହତ୍ୟା ର ଶିକାର…..!

ଥାନା ନିକଟରେ ବଳତ୍କାର ଉଦ୍ୟମ ପରେ ହତ୍ୟା…….!

add-all

ପୀଡିତା ଝିଅ ଓ ମା…

ବ୍ରହ୍ମପୁର: ୧୪-୭ ଆସିକା ରେ ଦିନ ଦ୍ୱିପ୍ରହର ରେ ଝିଅକୁ ଅସଦାଚରଣ କରିବା ଦେଖି ବାପା ପ୍ରତିବାଦ କରି ହତ୍ୟାର ଶିକାର ହୋଇଥିବା ବେଳେ ମା ଗୁରୁତର ଆହତ ହୋଇଛି। ଆସିକା ଥାନା ଠାରୁ ମାତ୍ର କିଛି ମିଟର ଦୂରରେ ଶନିବାର ଦିନ ଅପରାହ୍ନ ରେ ଜଣେ ଯୁବକ ଜଣେ ଦିବ୍ୟାଙ୍ଗ (ମୁକ) ଯୁବତୀ କୁ କୁକର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ଦୋକାନ ରେ ବସିଥିବା ଦିବ୍ୟାଙ୍ଗ ବାପା ଉଦୟ ମୁନି (୬୧)ପ୍ରତିବାଦ କରିବା ଫଳରେ ଉକ୍ତ ଯୁବକ ତାଙ୍କୁ ପଥର ଛେଚି ହତ୍ୟା କରିବା ପରେ ଝିଅର ମା ମମତା ମୁନି କୁ ବି ମାଡ଼ ମାରି ଆହତ କରିଥିଲା। ଅଞ୍ଚଳ ବାସି ପୋଲିସ କୁ ଖବର ଦେବା ପରେ ପୋଲିସ ନାକେଦମ ହୋଇ ଜୋକବନ୍ଧ ସାହିର ଯୁବକ ମୁକେଶ ଆନନ୍ଦ କୁ ଧରି ପଚରା ଉଚୁରା କାରୁଥିବା ଜଣା ପଡିଛି। ମୁକେଶ ଜଣେ ଦିନ ମଜୁରୀ ଭାବେ କାର୍ଯ୍ୟ କରେ ମୃତ ଉଦୟ ମୁନି ଏକ ଛୋଟିଆ ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି। ଗତ କାଲି ତାଲୁକା ଅଞ୍ଚଳ କୁ ମୂଲ କାର୍ଯ୍ୟ କରିବାକୁ ମୁକେଶ ଯାଇଥିଲା। ବର୍ଷା ହେଉଥିବା ର ସୁଯୋଗ ନେଇ କୁଆଡ଼େ ନିଶାସକ୍ତ ଅବସ୍ଥାରେ ସେ ଘରେ ପଶିଥିଲା। ବାପା ଝିଅ ଦିବ୍ୟାଙ୍ଗ ର ଫାଇଦା ନେଇ ଝିଅକୁ ଅସଦାଚରଣ କରିବାର ଦେଖି ବାପା ଉଦୟ ମୁନି ପ୍ରତିବାଦ କରିଥିଲେ ଶେଷରେ ହତ୍ୟାର ଶିକାର ହୋଇଥିଲେ। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପୋଲିସ ତଦନ୍ତ କରୁଥିବାରୁ ମୁହଁ ଖୋଲୁନାହିଁ।ଆସିକା ସହରରେ ମାର୍ଚ୍ଚ ପର ଠାରୁ ବିଦେଶୀ ମଦ ଦୋକାନ ବନ୍ଦ ରହିଛି। ହେଲେ ସହରରେ ଅବାଧ ରେ ବିକ୍ରି ହେଉଥିବା ଚର୍ଚ୍ଚାର ବିଷୟ ହୋଇଛି।

ad-week
Leave A Reply

Your email address will not be published.