ଗୌରବ ଗୋଗୋଇ ହେଲେ କଂଗ୍ରେସର ଲୋକସଭା ଉପ ମୁଖ୍ୟ

add-all

କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ତଥା ସାଂସଦ ଗୌରବ ଗୋଗୋଇଙ୍କୁ ଲୋକସଭାରେ ଦଳର ଉପ ମୁଖ୍ୟ ଭାବେ ନିଯୁକ୍ତି କରାଯାଇଛି। ସେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧିଙ୍କୁ ଲୋକସଭାରେ ସହଯୋଗ କରିବେ। ଏଥିସହ ଦଳ ପକ୍ଷରୁ ଲୋକସଭାରେ ମୁଖ୍ୟ ସଚେତକ ଓ ଆଉ ଦୁଇ ଜଣ ସାଂସଦଙ୍କୁ ସଚେତକ ଭାବେ ମଧ୍ୟ ନିଯୁକ୍ତ କରାଯାଇଛି।

ଏ ସମ୍ପର୍କରେ ଆଜି ଦଳର ବରିଷ୍ଠ ନେତା କେସି ଭେନୁଗୋପାଲ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ କଂଗ୍ରେସ ସଂସଦୀୟ ପାର୍ଟିର ମୁଖ୍ୟ ସୋନିଆ ଗାନ୍ଧି ଆଜି ଗୌରବ ଗୋଗୋଇଙ୍କୁ ଲୋକସଭାର ଉପ ମୁଖ୍ୟ, ବରିଷ୍ଠ ସାଂସଦ କେ ସୁରେଶଙ୍କୁ ମୁଖ୍ୟ ସଚେତକ, ମଣିକମ ଟାଗୋର ଓ ଡ ମହମ୍ମଦ ଜୱାଇଦଙ୍କୁ ଲୋକସଭାରେ ଦଳର ସଚେତକ ଭାବେ ନିଯୁକ୍ତି ଦେଇଛନ୍ତି। ଏହି ନିଯୁକ୍ତି ସଂକ୍ରାନ୍ତରେ ଶ୍ରୀମତୀ ଗାନ୍ଧି ଲୋକସଭାର ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ଅବଗତ ମଧ୍ୟ କରାଇଛନ୍ତି।

ବିରୋଧୀ ଦଳର ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ଲୋକସଭାରେ ଲୋକଙ୍କ ସମସ୍ୟାକୁ ଉଠାଇବ ବୋଲି ଭେନୁଗୋପାଲ କହିଛନ୍ତି।

ad-week
Leave A Reply

Your email address will not be published.