କରେଣ୍ଟ ଲାଗି ୧୯ ଶିଶୁ ଆହତ ଘଟଣାରେ ୫ ଗିରଫ

add-all

ବ୍ରହ୍ମପୁର : କରେଣ୍ଟ ଲାଗି ୧୯ ଶିଶୁ ଆହତ ଘଟଣାରେ ୫ ଜଣଙ୍କୁ ଗିରଫ କଲା ପୋଲିସ। ଯାତ୍ରା କମିଟି ସଭାପତି ସମେତ ୫ ଜଣଙ୍କୁ ଗିରଫ କଲା ପୋଲିସ। ଜାମିନ୍ ନାମଞ୍ଜୁର ପରେ ଗିରଫ ୫ ଅଭିଯୁକ୍ତ ଜେଲ୍ ଗଲେ।

ସୂଚନା ଥାଉକି, ରବିବାର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅନ୍ତର୍ଗତ ଫାଶୀଗୁଡ଼ା ଗ୍ରାମରେ କରେଣ୍ଟ ଲାଗି ୧୯ ଶିଶୁ ଆହତ ହୋଇଥିଲେ। ଗ୍ରାମରେ ଠାକୁରାଣୀ ଯାତ୍ରା ଚାଲିଥିଲା। ଯାତ୍ରା ସମୟରେ ରାମାୟଣ ନାଟକ ପରିବେଷଣ ହେଉଥିଲା। ରାମାୟଣ ମଞ୍ଚସ୍ଥ ବେଳେ ଷ୍ଟେଜରେ କରେଣ୍ଟ ଚାର୍ଜ ହୋଇଥିଲା। ଏହି ସମୟରେ ବିଦ୍ୟୁତ ତାର ଲାଗିଯିବା ଫଳରେ ପିଲାମାନେ ଆହତ ହୋଇଥିଲେ।

ଆହତ ଶିଶୁମାନଙ୍କ ବୟସ ୭ରୁ ୧୨ ବର୍ଷ ମଧ୍ୟରେ ରହିଥିଲା। ଅସୁସ୍ଥ ପିଲାମାନଙ୍କୁ ପ୍ରଥମେ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଗୁରୁତର ଥିବା ପିଲାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଏହି ଘଟଣାର ପୋଲିସ ତଦନ୍ତ କରି ଯାତ୍ରା କମିଟି ସଭାପତି ସମେତ ୫ ଜଣଙ୍କୁ ଗିରଫ କଲା।

ad-week
Leave A Reply

Your email address will not be published.