ମୃତ୍ୟୁ ପରେ ମଧ୍ୟ ଅମର ହୋଇଗଲେ ବିରେନ୍ଦ୍ର, ଦୁଇଜଣଙ୍କୁ ଦେଲେ ନୂଆ ଜୀବନ

add-all

କଟକ: ଦୁଇ ଜଣଙ୍କୁ ଅଙ୍ଗଦାନ କରି ଅମର ହୋଇଛନ୍ତି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଅଞ୍ଚଳର ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ। ତାଙ୍କ ପାଇଁ କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଥିବା ଦୁଇ ଜଣ ନୂଆ ଜୀବନ ପାଇଛନ୍ତି।

ସୂଚନା ଅନୁସାରେ, ଗତ ଜୁଲାଇ ୧୪ ତାରିଖରେ ଦୁର୍ଘଟଣାରେ ଗୁରୁତର ହୋଇ କଟକ ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ବିରେନ୍ଦ୍ରଙ୍କୁ । ସେଠାରେ ଡାକ୍ତରମାନେ ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ। ଏହାପରେ ତାଙ୍କର ପରିବାର ଲୋକ ବିରେନ୍ଦ୍ରଙ୍କ ଅଙ୍ଗଦାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏସସିବି ମେଡିକାଲର ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାଗର ମିଳିତ ସହଯୋଗରେ ଆଇନଗତ ପ୍ରକ୍ରିୟାରେ ବ୍ରେନ୍‌ ଡେଡ୍‌ ଘୋଷଣା ପରେ ବୀରେନ୍ଦ୍ରଙ୍କ କିଡନୀ କଢ଼ାଯାଇଥିଲା ।

ବିରେନ୍ଦ୍ରଙ୍କର ଗୋଟିଏ କିଡନୀ ଏସସିବିରେ ଜଣେ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିବା ବେଳେ ଅନ୍ୟ ଏକ କିଡନୀ ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଥିବା ଅନ୍ୟ ଜଣଙ୍କଠାରେ ପ୍ରତିରୋପଣ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣଙ୍କ ଠାରେ ଦୁଇଟି ଯାକ କିଡନୀକୁ ସଫଳତାର ସହ ପ୍ରତିରୋପଣ କରାଯାଇଥିଲା।

ad-week
Leave A Reply

Your email address will not be published.