ସ୍ମାର୍ଟ ମିଟର କୁ ନେଇ କୁହୁଳୁଛି ଅସନ୍ତୋଷ :ରକ୍ତ ଷୋସୁଛି ଟାଟା ପାୱାର..!!

add-all

ସ୍ମାର୍ଟ ମିଟର ସଂଯୋଗ ହେଲେ ଗରିବ ଲୋକଙ୍କ ପାଇଁ ବିଜୁଳି ସାତସପନ..!

ଭୁବନେଶ୍ୱର //,ବ୍ରହ୍ମପୁର: ୧୭-୭ ଗତ କିଛି ମାସ ହେଲା ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ମାର୍ଟ ମିଟର ଖଞ୍ଜା ଅଭିଯାନ ଆରମ୍ଭ ହୋଇଛି। ବହୁ ଜିଲ୍ଲାରେ ସ୍ମାର୍ଟ ମିଟର ବିଭିନ୍ନ ଗୃହରେ ଖଞ୍ଜି ବାକୁ ଯିବା ବେଳେ କର୍ମଚାରୀ ମାନେ ଗ୍ରାହକ ଙ୍କ ବିରୋଧ ର ସମ୍ମୁଖୀନ ହେଉଛନ୍ତି। ଏପଟେ ବିଜେଡ଼ି ସରକାର ସମୟରେ ଟାଟା ପାୱାର ର ହାତକୁ ବିଦ୍ୟୁତ ବିଭାଗ ର ଦାୟିତ୍ୱ ଟେକି ଦିଆ ଯାଇଥିଲା। ଉତ୍ତମ ସେବା ପାଇବାବଦଳରେ ଗ୍ରାହକ ମାନ ଏବେ ନା ନା ଅସୁବିଧାର ସମ୍ମୁଖୀନ ହେଉଥିବା ସବୁ ବେଳେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ଗତ ୨୦୨୦ ମସିହାରେ ଟାଟା ପାୱାର ଗୋଟେ ଚିଠି ମାଧ୍ୟମରେ ସ୍ମାର୍ଟ ମିଟର ଲଗାଇବା ପାଇଁ ପତ୍ର ମାଧ୍ୟମରେ ନିର୍ଦ୍ଧେଶ

ଦେଇଥିଲା। ଦୀର୍ଘ ଚାରି ବର୍ଷ ପରେ ଏବେ ଟାଟା ପାୱାର ସ୍ମାର୍ଟ ମିଟର ଖଞ୍ଜିବା କୁ କାହିଁକି ବ୍ୟଗ୍ରତା ଦେଖାଉଛି ତାହାକୁ ନେଇ ଚାରି ଆଡେ ଚର୍ଚ୍ଚାର ବିଷୟ ହୋଇଛି। ଯଦି ସ୍ମାର୍ଟ ମିଟର ସଂଯୋଗ କରିବା ପାଇଁ ପତ୍ର ବିନିମୟ କରାଯାଇଥିଲା। ତାହା ହେଲେ ଗତ ଦୁଇ ବର୍ଷ ହେଲା ବହୁ ଗ୍ରାହକ ଙ୍କ ଗୃହରେ ମିଟର ବଦଳେଇବା ଅଭିଯାନ ଆରମ୍ଭ ହୋଇ ନୂତନ ମିଟର ସଂଯୋଗ କରାଯଇଥିଲା। ଏବେ ପୁଣି ସେହି ମିଟର ଗୁଡ଼ିକ କୁ ବଦଲାଇ ପୁଣି ସ୍ମାର୍ଟ ମିଟର ସଂଯୋଗ କରିବା କୁ ଗ୍ରାହକ ସହଜ ରେ ଗ୍ରହଣ କରିପାରୁନାହାନ୍ତି। ଲୋକେ ଏବେ ସ୍ଥାନୀୟ ନେତା ମାନଙ୍କୁ ଗୁହାରି କରିବା ଆରମ୍ଭ କରିଦେଇଛନ୍ତି। କେତେକ ନେତା ଏବେ ଟାଟା ପାୱାର ର ଅଧିକାରୀ ମାନଙ୍କୁ ସିଧା ତାଗିତ ଦେଇ ସ୍ମାର୍ଟ ମିଟର ସଂଯୋଗ କରିବାକୁ ବାରଣ କରୁଥିବା ଦେଖିବାକୁ ମିଳୁଛି। ଏବେ ଯେଉଁ ମିଟର ସଂଯୋଗ କରାଯାଇଛି, ସେ ମିଟର ରେ ମାତ୍ରାଧିକ ମାସିକ ଦେୟ ଦେବାକୁ ପଡୁଛି ବୋଲି ମଧ୍ୟ ରୀତମତ ଅଭିଯୋଗ ହେଉଛି।ଏପଟେ ବିଜେଡ଼ି ଦଳ ମାଗଣା ରେ କିଛି ୟୁନିଟ ବିଦ୍ୟୁତ ଦେବ ବୋଲି ନିର୍ବାଚନୀ ଇସ୍ତାହାର ରେ ଦେଇ ଏବେ ବିରୋଧି ଦଳରେ ବସିଛି। ଏ ନୂଆ ସରକାର ବିଦ୍ୟୁତ ଉପଭୋକ୍ତା ଙ୍କୁ କେଉଁ ପ୍ରକାର ଲଲିପୋପ ଦେଉଛନ୍ତି, ତାହା ଲୋକେ ଚାତକ ପରି ଚାହିଁ ବସିଥିବା ଦେଖିବାକୁ ମିଳୁଛି। ଟାଟା ପାୱାର ର ସ୍ମାର୍ଟ ମିଟର ଅଭିଯାନ କେତେ ଦୂର ଯିବ ଦେଖିବାକୁ ବାକି ରହିଲା।

ad-week
Leave A Reply

Your email address will not be published.