ପୁଣି ଭାଇରାଲ ହେଲା ଶ୍ରୀମନ୍ଦିରର ଭିତର ଫଟୋ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

add-all

ପୁରୀ: ପୁଣି ଭାଇରାଲ ହେଲା ଶ୍ରୀମନ୍ଦିରର ଭିତର ଫଟୋ। ରାଜା ଶେଖର ନାମକ ଜଣେ ଯୁବକ ନିଜ ଫେସବୁକରେ ଫଟୋ ଅପଲୋଡ କରିଥିବା ଜଣାପଡ଼ିଛି। ଶ୍ରୀମନ୍ଦିର ଭିତର ବେଡାରୁ ନିଜର ସେଲ୍ଫି ଫଟୋ ନେଇ ଫଟୋ ଅପଲୋଡ କରିଛନ୍ତି। ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ଉପରେ କଟକଣା ଥିବା ବେଳେ କିପରି ଏହି ଫଟୋ ଉଠିଲା ତାହା ତଦନ୍ତ ପାଇଁ ଦାବି ହୋଇଛି। ଏଥିସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଅବହେଳା କରୁଥିବା ସୁରକ୍ଷା କର୍ମୀଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି ।

ନିଜ ସୋସିଆଲ ମିଡିଆରେ ରାଜା ଏହି ଫୋଟୋ ପୋଷ୍ଟ କରିଥିବା ବେଳେ ଏହାକୁ ନେଇ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଶ୍ରୀମନ୍ଦିର ବାହାରେ ଓ ଭିତରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ୱେ ଏହି ବ୍ୟକ୍ତି ଜଣକ କିଭଳି ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନେଲେ ଏବଂ ସେଲଫି ଉଠାଇଲେ ସେନେଇ ପ୍ରଶ୍ନ ଉଠିଛି । ଏହି ଫଟୋ କେବେ ଉଠିଛି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ଶ୍ରୀମନ୍ଦିରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ଘଟଣା ପ୍ରଥମ ନୁହେଁ। ଏହାପୂର୍ବରୁ ମଧ୍ୟ ଏଭଳି ଘଟଣାର ଅନେକ ନଜିର ରହିଛି । ତେବେ ପୂର୍ବ ସପ୍ତାହରେ ମଧ୍ୟ ସୋସିଆଲ ମିଡିଆରେ ଭିତର ବେଢାର ଫଟୋ ଭାଇରାଲ ହୋଇଥିଲା । ଇନଷ୍ଟାଗ୍ରାମରେ ନିଖିଲ ଗିରି ନାମକ ଜଣେ ଯୁବକ ଶ୍ରୀମନ୍ଦିର ଭିତର ଫଟୋ ଉଠାଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ କରିଥିଲେ। ଶ୍ରୀମନ୍ଦିର ଆନନ୍ଦ ବଜାରର ପ୍ରବେଶ ପଥରେ ଏହି ଫଟୋ ଉତ୍ତୋଳନ କରାଯାଇଥିବା ଜଣାପଡିଥିଲା।

ad-week
Leave A Reply

Your email address will not be published.