ବ୍ୟାଙ୍କ ମ୍ୟାନେଜର ଓ ଲୋନ୍‌ ଅଫିସରଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

add-all

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଚିନ୍ତାପୋଖରୀ ଛକ ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍‌ ଉପରେ ଟ୍ରକ୍‌ଟିଏ ଚଢ଼ିଯିବାରୁ ୨ ଜଣ ବ୍ୟାଙ୍କ ଅଧିକାରୀଙ୍କ ମୃତ୍ୟୁ ଘଟିଛି।
ମୃତକ ଦ୍ୱୟ ହେଉଛନ୍ତି ସୁବ୍ରତ ମହାପାତ୍ର ଓ ପିନୁ ଧଳ। ସୁବ୍ରତ ମହାପାତ୍ର ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଅନୁଗୋଳ ଶାଖାରେ ମ୍ୟାନେଜର ଥିଲେ। ସେହିପରି ପିନୁ ଧଳ ଲୋନ୍ ଅଫିସର ଥିଲେ ବୋଲି ଜଣାପଡ଼ିଛି।
ସୁବ୍ରତ ଓ ପିନୁ ବାଇକରେ କଟକରୁ ଅନୁଗୋଳ ଯାଉଥିବା ବେଳେ ଚିନ୍ତାପୋଖରୀ ଛକ ନିକଟରେ ପଛରୁ ଆସୁଥିବା ଟ୍ରକ୍ ସେମାନଙ୍କ ଉପରେ ଚଢ଼ି ଯାଇଥିଲା।
ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ତେବେ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ମୋଟଙ୍ଗା ପୁଲିସ ଜବତ କରିଥିବା ବେଳେ ଡ୍ରାଇଭରକୁ ଗିରଫ କରିଛି।

ad-week
Leave A Reply

Your email address will not be published.