ଧର୍ମଶାଳାର ବିଭିନ୍ନ ଖଣିରେ ଚଢ଼ାଉ ନେଇ କିଛି ଏମିତି କହିଲେ ଯୁଗ୍ମ ନିର୍ଦ୍ଦେଶକ…..

add-all

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ବିଭିନ୍ନ ଖଣି ଖାଦାନରେ ରାଜ୍ୟ ଖଣି ବିଭାଗର ଚଡାଉପରେ ପ୍ରତିକ୍ରିୟା ରଖିଛନ୍ତି ଯୁଗ୍ମ ନିର୍ଦ୍ଦେଶକ ଏନ୍ଏନ୍ ସିଂଦେଓ । ତାଙ୍କ କହିବା ଅନୁଯାୟୀ, ଧର୍ମଶାଳାରେ ଓଭର ମାଇନିଂ ହୋଇଛି । ଅଧିକାଂଶ ଖଣିରେ ନିର୍ଦ୍ଧାରିତ ଠାରୁ ଅଧିକ ଖୋଳା ଯାଇଥିବା ଜଣାପଡ଼ିଛି, ଯାହାର ତଦନ୍ତ ପାଇଁ ଟେକ୍ନିକାଲ୍ ଟିମ୍ ଆସିବ । ଏନେଇ ଅଧିକ ଖୋଳତାଳ ଚାଲିଛି ବୋଲି କହିଛନ୍ତି ଯୁଗ୍ମ ନିର୍ଦ୍ଦେଶକ ।

ତେବେ କହିରଖୁଛୁ, ଗତକାଲି ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ବିଭିନ୍ନ କଳାପଥର ଖାଦାନରେ ଚଢାଉ କରିଥିଲା ରାଜ୍ୟ ଖଣି ବିଭାଗ। ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଆବେଦନ କ୍ରମେ ରାଜ୍ୟ ଖଣି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଏନଏନ ସିଂହଦେଓଙ୍କ ନେତୃତ୍ବରେ ଧର୍ମଶାଳା ତହସିଲର ଲୁଣିବର, ଚଢେଇଧରା, ଡଙ୍କାରି ଆଦି ଅଞ୍ଚଳରେ ଥିବା କଳା ପଥର ଖାଦାନ ଉପରେ ଚଢାଉ ହୋଇଥିଲା ।

ଏହି ଚଢାଉ ସମୟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଟି ବି ମୁଣ୍ଡା ଡେପୁଟି ଡାଇରେକ୍ଟର, ଜିଲ୍ଲା ଖଣି ଅଧିକାରୀ ଜୟ ପ୍ରକାଶ ନାୟକ ପ୍ରମୁଖ ବିଭିନ୍ନ ଖାଦାନ ବୁଲି ଦେଖିଥିଲେ। ଏହାସହ ଗୋଟିଏ କ୍ରସରକୁ ସିଲ୍ କରିବା ସହିତ ଗୋଟିଏ ପ୍ରୋକଲିନ ମେସିନ ଜବତ କରାଯାଇଥିଲା । ତେବେ ଏନେଇ ଟେକ୍ନିକାଲ୍ ଟିମ୍ ଆସି ଅଧିକ ତଦନ୍ତ କରିବ ବୋଲି କହିଛନ୍ତି ଯୁଗ୍ମ ନିର୍ଦ୍ଦେଶକ ।

ad-week
Leave A Reply

Your email address will not be published.