ଭିଜିଲାନ୍ସ ଜାଲରେ ମେଡିକାଲ ଅଫିସର, ୨୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

add-all

କେନ୍ଦୁଝର: ଭିଜିଲାନ୍ସ ଜାଲରେ ମେଡିକାଲ ଅଫିସର । ଲାଞ୍ଚ ନେଉଥିବା ବେଳେ ରେଡ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ। ଜଣେ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଜିଲ୍ଲା ସାଇଁକୁଳ ମେଡିକାଲ ଅଫିସର ଡା. ରଞ୍ଜିତ କୁମାର ରାଉତ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଭିଜିଲାନ୍ସ ଅଧିକାରୀ ଡା. ରଞ୍ଜିତଙ୍କଠାରୁ ୨୦ ହଜାର ୮୦୦ ଟଙ୍କା ଜବତ କରିଛି। ସୂଚନା ଅନୁସାରେ ଡା. ରାଉତ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଭଉଣୀଙ୍କୁ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିବା ସହିତ ତାଙ୍କ ବିଚାରାଧୀନ ବେତନ ବିଲ୍ ପ୍ରତ୍ୟାହାର କରିବାକୁ ବେଆଇନ ଭାବେ ଲାଞ୍ଚ ମାଗିଥିଲେ।

ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ଅନ୍ୟ କୌଣସି ବିକଳ୍ପ ନପାଇ ଓଡିଶା ଭିଜିଲାନ୍ସର ଟୋଲ ଫ୍ରି ନମ୍ବର ୧୦୬୪କୁ ଡାକ୍ତରଙ୍କ ଦ୍ୱାରା ମଗାଯାଇଥିବା ଲାଞ୍ଚ ବିଷୟରେ ଜଣାଇଥିଲେ। ଏହାସହ ଡାକ୍ତରଙ୍କ ବିରୋଧରେ ଏକ ମାମଲା ପଞ୍ଜୀକୃତ କଲେ। ସେହି ଅନୁଯାୟୀ ଭିଜିଲାନ୍ସ ଅଧିକାରୀ ଡାକ୍ତରଙ୍କୁ ଏକ ଯୋଜନା କରି ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ରେଡ ହ୍ୟାଣ୍ଡରେ ଧରିବାକୁ ସଫଳ ହେଲା।

ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରି ଡାକ୍ତରଙ୍କୁ ଗିରଫ କରି ଅଧିକ ତଦନ୍ତ ଚଲାଇଛି। ଏପରିକି ଭିଜିଲାନ୍ସ ଟିମ୍‌ ଡାକ୍ତରଙ୍କ ଅଫିରରେ ମଧ୍ୟ ତଦନ୍ତ ଜାରି ରଖିଥିବା ଜଣାପଡିଛି।

ad-week
Leave A Reply

Your email address will not be published.