ଯୋଗୀଙ୍କୁ ବମ୍‌ରେ ଉଡ଼ାଇବାକୁ ଧମକ ଦେଇଥିଲେ ଯୁବକ, ଉଠାଇ ନେଲା ପୁଲିସ୍‌

add-all

ରାତାରାତି ଫେମସ୍‌ ହେବା ପାଇଁ ଯୁବକ ଘଟାଇଲେ ଅଜବ କାଣ୍ଡ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କୁ ବମ୍‌ରେ ଉଡ଼ାଇଦେବାକୁ ଦେଇଦେଲେ ଖୁଲମଖୁଲା ଧମକ । ଫଳରେ ଫେମସ୍‌ ହେବା ପରିବର୍ତ୍ତେ ଯୁବକଜଣକ ଏବେ ଜେଲ୍‌ ଚାରିକାନ୍ଥରେ ଦିନ କାଟୁଛନ୍ତି।

ଏପରି ଅଭାବନୀୟ କାଣ୍ଡ ଘଟାଇଥିବା ଯୁବକଜଣକ ହେଲେ ଉତ୍ତରପ୍ରଦେଶ ମଲାବା ବୁଜର୍ଗ ଗାଁର ଅନିରୁଦ୍ଧ ପାଣ୍ଡେ ବୋଲି ଜଣାଯାଇଛି । ସେ ଏକ ଘରୋଇ କଲେଜରେ ଏଲଏଲବି ଦ୍ୱିତୀୟ ବର୍ଷର ଛାତ୍ର ଥିଲେ।

ମାତ୍ର ରାତାରାତି ଫେମସ ହେବାକୁ ତାଙ୍କ ମୁଣ୍ଡରେ ଜୁଟିଲା ଅଜବ ବୁଦ୍ଧି। ସେ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ୫ ଦିନରେ ବୋମାରେ ଉଡ଼ାଇଦେବାକୁ ଦେଲେ ଧମକ । ସୋଶାଲ ମିଡିଆରେ ଏନେଇ ସେ ପୋଷ୍ଟ କରିଥିବା ବେଳେ ଏହାକୁ ୟୁପି ପୁଲିସ୍‌, ଜିଲ୍ଲାପାଳ ଓ STF ସହ ଟ୍ୟାଗ୍‌ କରିଥିଲେ।

ଏହାପରେ ତୁରନ୍ତ ୟୁପି ପୁଲିସ୍‌ ଆକ୍ସନ୍‌ ମୁଡକୁ ଚାଲି ଆସିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହାପରେ ତୁରନ୍ତ ଅନିରୁଦ୍ଧଙ୍କୁ ଘରୁ ଉଠାଇ ନେଇଥିଲା ପୁଲିସ୍‌। ସେଠାରେ ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।

ad-week
Leave A Reply

Your email address will not be published.