ଭାଙ୍ଗିଲା ପିସିସି କମିଟି, ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା

add-all

ଭୁବନେଶ୍ୱର: କଂଗ୍ରେସ ବିଧାୟକ ଦଳର ନେତା ହେଲେ ରାମଚନ୍ଦ୍ର କାଡାମ। ଅଶୋକ ଦାସଙ୍କୁ ଦଳର ଉପନେତା ଦାୟିତ୍ବ ଦିଆଯାଇଛି।ସିଏସ୍‌ ରାଜନ ଏକ୍କା ହେଲେ କଂଗ୍ରେସ ମୁଖ୍ୟ ସଚେତକ। ଏନେଇ ଏଆଇସିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ମଧ୍ଯ ଭଙ୍ଗାଯାଇଛି। ପିସିସି ସହ ସମସ୍ତ ଜିଲ୍ଲା, ବ୍ଲକ ଓ ମଣ୍ଡଳସ୍ତରୀୟ କମିଟି ମଧ୍ଯ ଭଙ୍ଗ ହୋଇଛି। AICC ସଭାପତିଙ୍କ ଅନୁମୋଦନ କ୍ରମେ ଭାଙ୍ଗିଛି କଂଗ୍ରେସ କମିଟି।

ସେହିପରି ପିସିସି ସଭାପତି ପଦରୁ ହଟିଛନ୍ତି ଶରତ ପଟ୍ଟନାୟକ। ତେବେ ରାମଚନ୍ଦ୍ର କାଡାମ ପଟାଙ୍ଗୀ ବିଧାନସଭା ଆସନରୁ ୩ ଥର ବିଜୟୀ ହୋଇଛନ୍ତି।

ad-week
Leave A Reply

Your email address will not be published.