ଉଷା ପାଢ଼ୀଙ୍କ ନାଁରେ ସାଇବର ଠକେଇ ଉଦ୍ୟମ

add-all

ଭୁବନେଶ୍ୱର:ଉଷା ପାଢ଼ୀଙ୍କ ନାଁରେ ସାଇବର ଠକେଇ ଉଦ୍ୟମ । ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ନାଁ ନେଇ ଠକେଇ ଉଦ୍ୟମ ହୋଇଛି । ସାଇବର ଠକେଇ ଉଦ୍ୟମ ନେଇ ଡିଜିପିଙ୍କୁ ‘ଏକ୍ସ’ରେ ଜଣାଇଛନ୍ତି ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ ।

ବରିଷ୍ଠ ଆଇଏଏସ ଅଧିକାରୀ ତଥା ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନାମରେ ହ୍ବାଟ୍ସଆପରେ ନକଲି ଆକାଉଣ୍ଟ ଖୋଲି ତାଙ୍କ ଫଟୋକୁ ଡିପି ରଖି ଜଣାଶୁଣା ଲୋକଙ୍କୁ ଟଙ୍କା ମଗାଯାଉଥିବା ଅଭିଯୋଗ ହୋଇଛି।

ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ଜନସାଧାରଣଙ୍କୁ ଅବଗତ କରିଛନ୍ତି ଉଷା ପାଢ଼ୀ । ସାଇବର ଠକ ପାଢ଼ୀଙ୍କ ନିକଟ ସମ୍ପର୍କୀୟ ଏବଂ ଚିହ୍ନାଜଣା ଲୋକଙ୍କୁ ହ୍ବାଟ୍ସଆପରେ ବାର୍ତ୍ତା ପଠାଇ ୫୦ ହଜାର ଟଙ୍କା ମାଗୁଛନ୍ତି। ଏହାର ସ୍କ୍ରିନସଟକୁ ଉଷା ପାଢ଼ୀ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ସେୟାର କରିବା ସହିତ ଏଭଳି ଠକଙ୍କଠାରୁ ଦୂରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ad-week
Leave A Reply

Your email address will not be published.