ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ନେଇ ବର୍ଷିଲେ ବିରୋଧୀ

add-all

ଭୁବନେଶ୍ୱର: ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଏବଂ ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ ମାରିବା ଘଟଣାକୁ ନେଇ ଗୃହ ତ୍ୟାଗ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ।

ଏହି ପ୍ରସଙ୍ଗରେ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି ଯେ, ଆଇନ ଅନୁସାରେ ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। କେବଳ କେଶ ଡାଏରି କଲେ, ହେଲେ ପଦକ୍ଷେପ ନେଲେନି. ଓଲଟି ଏଏସଓଙ୍କୁ ବଦଳି କରିଦେଲେ। ଯେଉଁ ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଥିଲେ। ତାହା ଏବେ ସ୍ପଷ୍ଟ ଜଣା ପଡୁଛି।

ଯେଉଁଠି ପ୍ରଧାନମନ୍ତ୍ରୀ ଜୟ ଜଗନ୍ନାଥ କହିଲେଣି, ଏଠି କାହିଁକି ବିଜେପି ସଭ୍ୟ ଜୟ ଶ୍ରୀ ରାମ କହୁଛନ୍ତି, ଜଣାପଡୁନି।

ସେହିପରି ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବାକୁ ଦୃଢ଼ ବିରୋଧ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପ୍ରଥମେ ନିଜ ଆସନରୁ ଉଠି ପ୍ରତିବାଦ ଜଣାଇବା ପରେ ବିଜେଡି ସଦସ୍ୟଙ୍କ କକ୍ଷତ୍ୟାଗ। କଂଗ୍ରେସ ମଧ୍ୟ ଓଡ଼ିଆ ଅସ୍ମିତା କୁ ନେଇ ତୀବ୍ର ପ୍ରତିବାଦ ଜଣାଇଥିଲା।

ବିଜେପି ସରକାରକୁ ଆସିଛି। ଯେଉଁ ଓଡ଼ିଆ ଅସ୍ମିତା କଥା କହୁଛନ୍ତି, ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଫିସରଙ୍କୁ ବାଡେ଼ଇଲେ। ତଦନ୍ତ ହେଉନି। ରାଜ୍ୟପାଳ ଆସିଲେ ହିନ୍ଦୀରେ କହିଲେ। ରାଜ୍ୟପାକଙ୍କ ପୁଅ ଗିରଫ ନ ହେବା ଯାଏଁ, ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହନୀପତି।

ad-week
Leave A Reply

Your email address will not be published.