ନୂଆ ଏଜି ଭାବେ ଦାୟିିତ୍ୱ ନେଲେ ପୀତାମ୍ବର ଆଚାର୍ଯ୍ୟ

add-all

ଭୁବନେଶ୍ୱର: ନୂଆ ଆଡଭୋକେଟ ଜେନେରାଲ ଭାବେ ଦାୟିିତ୍ୱ ନେଲେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ। ହାଇକୋର୍ଟ ସ୍ଥିତ କାର୍ଯ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଦାୟିତ୍ୱ ଗ୍ରହଣ ପରେ ସେ କହିଛନ୍ତି ଯେ ବିନା ପକ୍ଷପାଖିତା, ନିରପେକ୍ଷ ଭାବରେ ଦାୟିତ୍ୱ ତୁଲାଇବି। ଓଡ଼ିଶାବାସୀଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରିବି। ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବାରେ ସରକାରଙ୍କ ଦାୟିତ୍ଵ ପ୍ରତିପାଦନ କରିବି।

୨୦୧୭ରେ ସେ ବିଜେପିରେ ଯୋଗ ଦେଇ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ। ଛାତ୍ର ଜୀବନରୁ ସେ ରାଜନୀତିରେ ଅଂଶଗ୍ରହଣ କରିବା ସହ ୧୯୯୦ରେ ବିଜେବି କଲେଜର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଆଇନ କ୍ଷେତ୍ରରେ ତାଙ୍କ ଦୀର୍ଘଦିନର ଅଭିଜ୍ଞତା ରହିଛି ।

ତେବେ ଗତ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ପୀତାମ୍ବର ଆଚାର୍ଯ୍ୟଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ଦେଇଥିଲେ।

ad-week
Leave A Reply

Your email address will not be published.