ଆଜି ଶ୍ରାବଣ ମାସର ପ୍ରଥମ ସୋମବାର; ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ଼

add-all

ବ୍ରହ୍ମପୁର : ଶ୍ରାବଣର ଆଜି ପ୍ରଥମ ସୋମବାର। ରାଜ୍ୟର ବିଭିନ୍ନ ଶୈବପୀଠ ମାନଙ୍କରେ ଜଳ ଅଭିଷେକ କରିଛନ୍ତି କାଉଡିଆ ମାନେ । ଶତାଧିକ ବୋଲବମ୍ ଭକ୍ତ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି। ବୋଲ୍ ବମ୍ ନାରାରେ କମ୍ପୁଛି ମନ୍ଦିର ପରିସର। ଅଧିକାଂଶ ପୀଠରେ ଗତକାଲିଠୁ ଅନେକ କାଉଡିଆ ପହଁଚିସାରିଛନ୍ତି। ଶ୍ରାବଣର ପହିଲି ସକାଳରେ ମହାଦେବଙ୍କୁ ଜଳ ଲାଗି କରିଛନ୍ତି କାଉଡ଼ିଆ। ମନ୍ଦିର ମାଳିନୀ କ୍ଷେତ୍ରର ବିଭିନ୍ନ ମନ୍ଦିରରେ ଭିଡ l
ସେହିପରି ଶ୍ରାବଣ ପ୍ରଥମ ସୋମବାରରେ ଗୋକେନେଶ୍ୱର ଶ୍ୟାମା କାଳୀ ବୋଲବମ ସଙ୍ଗ ନୂଆ ବସଷ୍ଟାଣ୍ଡ ତରଫରୁ ଗଞ୍ଜା ନଦୀ ଠାରୁ ସିନ୍ଦୁର ପୁର ସ୍ଥିତ ରୁଷି ସୁଙ୍ଗ ପର୍ବତରେ କଉଡ଼ିଆ ମାନେ ଜଳ ଅଭିଷେକ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି କାଉଡ଼ିଆ ଲମ୍ବା ଲାଇନରେ ଅପେକ୍ଷାକରି ଜଳାଭିଷେକ କରିଛନ୍ତି।। ଆଜି ଭୋର୍ ୪ଟାରୁ ବାବାଙ୍କ ମନ୍ଦିର ଖୋଲାଯାଇ ବହୁ କଉଡ଼ିଆ କଳସରେ ଜଳ ଅଭିଷେକ କରିଥିଲେ ।

ad-week
Leave A Reply

Your email address will not be published.