ବଜେଟ୍‌କୁ ବିରୋଧୀଙ୍କ ତୀବ୍ର ସମାଲୋଚନା : ରାହୁଲ କହିଲେ ଏହା ‘କୁର୍ସି ବଚାଓ ବଜେଟ୍’

add-all

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣମ ଆଜି ଉପସ୍ଥାପନ କରିଥିବା ବଜେଟକୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ। ବଜେଟରେ ଗିରବଙ୍କ ଉତ୍ଥାନ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ ଓ ଏନଡିଏରେ ଥିବା ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି କ୍ଷମତାରେ ଥିବା ଆନ୍ଧ୍ର ପ୍ରଦେଶକୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।
ଏନଡିଏ ବିରୋଧୀ ମୋର୍ଚ୍ଚାର ନେତୃତ୍ୱ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ୨୦୨୪-୨୫ ଆର୍ଥିକ ବଜେଟକୁ କୁର୍ସି ବଞ୍ଚାଅ ବଜେଟ ବୋଲି କଟାକ୍ଷ କରିଛନ୍ତି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କହିଛନ୍ତି, ବଜେଟରେ ପୁଞ୍ଜିପତିଙ୍କୁ ଆପାୟିତ କରିବାକୁ ଚେଷ୍ଟା କରାଯାଇଥିବା ବେଳେ ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ।
ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ କହିଛନ୍ତି, କ୍ଷମତାକୁ ବଜାୟୀ ରଖିବା ପାଇଁ ଏପରି ବଜେଟ ପ୍ରସ୍ତୁତ କରାଯାଇଛି। ଏନଡିଏ ସହଯୋଗୀଙ୍କୁ ଖୁସି କରିବାକୁ ଚେଷ୍ଟା କରାଯାଇଛି। କେନ୍ଦ୍ର ସରକାର ବିହାର ଓ ଆନ୍ଧ୍ର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ଖୁସିର କଥା। କାରଣ ସେମାନେ ସରକାରକୁ ବଞ୍ଚାଇବାକୁ ଚାହାନ୍ତି।
୧୦ ବର୍ଷ ହେଲା ସେମାନେ ଦେଶରେ ବେକାରୀ ସମସ୍ୟା ବୃଦ୍ଧି କରିବାରେ ଲାଗିଛନ୍ତି। ଉତ୍ତର ପ୍ରଦେଶର ଯେଉଁ ସବୁ ପ୍ରକଳ୍ପ କଥା ବିଜେପି ନେତାମାନେ ଉଲ୍ଲେଖ କରୁଛନ୍ତି ଓ ଶେଷ ହୋଇ ସାରିଥିବା ଦାବି କରୁଛନ୍ତି, ବାସ୍ତବରେ ସେଗୁଡ଼ିକ ଅଧା ହୋଇ ପଡ଼ିଛି ବୋଲି ଅଖିଲେଶ ଦାବି କରିଛନ୍ତି।
କଂଗ୍ରେସ ଭେଟରାନ ଜୟରାମ ରେମଶ ମଧ୍ୟ ବଜେଟକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “୨୦୧୮ରେ ଚନ୍ଦ୍ରବାବୁ ନାଇଡୁ ଗାରୁ ଏନଡିଏ ଛାଡ଼ିଥିଲେ। କାରଣ ନନ୍‌ ବାୟୋଲୋଜିକାଲ ପ୍ରଧାନମନ୍ତ୍ରୀ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାରେ ବିଫଳ ହୋଇଥିଲେ।
୬ ବର୍ଷର ଡ୍ରାମା ପରେ ଯେତେବେଳେ ସରକାର ଚନ୍ଦ୍ରବାବୁ ନାଇଡୁଙ୍କ ସାଂସଦମାନଙ୍କ ଭରସାରେ କ୍ଷମତା ଦଖଲ କରିଛନ୍ତି ସେତେବେଳେ ଅମରାବତୀ ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଘୋଷଣା କରାଯାଉଛି।”
ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ମଧ୍ୟ ବଜେଟକୁ ଚେୟାର ସୁରକ୍ଷା ବଜେଟ ବୋଲି କହିଛନ୍ତି। ବିଏସପି ମୁଖ୍ୟ ମାୟାବତୀ ବଜେଟ ଗରିବର, ବେକାରୀ, ଚାଷୀ, ମହିଳା ଓ ଶ୍ରମିକଙ୍କୁ ଭଲ ସ୍ୱାଦ ଦେବା ବଦଳରେ ହତାଶ କରିଛି। କେରଳର ଅର୍ଥମନ୍ତ୍ରୀ ବଜେଟକୁ ରାଜନୀତିକ ବ୍ୟାୟାମ ବୋଲି କଟାକ୍ଷ କରିଛନ୍ତି। ସେ ବଜେଟକୁ ଲୋକ ବିରୋଧୀ ଓ ଦେଶ ବିରୋଧୀ ବୋଲି ମଧ୍ୟ କହିଛନ୍ତି।
ତେଲଙ୍ଗାନାର ବିଆରଏସ୍‌ ମଧ୍ୟ ବଜେଟକୁ ସମାଲୋଚନା କରିଛି। ଦଳର କାର୍ଯ୍ୟକାରୀ ସଭାପତି କେଟି ରାମା ରାଓ ବଜେଟରେ ତେଲଙ୍ଗାନା ପାଇଁ ରାଜ୍ୟ ବୋହୂ ସୀତାରମଣ କିଛି ଉଲ୍ଲେଖ କରି ନଥିବା କହିଛନ୍ତି।
ସେ କହିଛନ୍ତି, “ବଜେଟରେ ୪୮ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲେ ହେଁ କେବଳ କିଛି ରାଜ୍ୟକୁ ଗୁରୁତ୍ୱ ଦିଆଯାଇଛି। ପୂରା ବଜେଟରେ ତେଲଙ୍ଗାନା ନାଁ ଉଚ୍ଚାରଣ ନ କରିବା ହତାଶର ବିଷୟ। ପୁଣିଥରେ ତେଲଙ୍ଗାନା କିଛି ପାଇ ନାହିଁ।”
ଦିଲ୍ଲୀର କ୍ଷମତାସୀନ ଆପ୍‌ର ଅର୍ଥମନ୍ତ୍ରୀ ଆତିଶୀ କହିଛନ୍ତି ଯେ ୨୦୨୪ ବଜେଟରେ ଜାତୀୟ ରାଜଧାନୀକୁ କେନ୍ଦ୍ରୀୟ ଟିକସର ଭାଗ ମିଳି ନାହିଁ। ଦିଲ୍ଲୀ ୨.୩୨ ଲକ୍ଷ କୋଟି ଟଙ୍କା କେନ୍ଦ୍ରକୁ ଦେଉଥିବା ବେଳେ ବଜେଟରେ ରାଜଧାନୀ ପାଇଁ କିଛି ବ୍ୟବସ୍ଥା ହୋଇନି। ୧୧ ବର୍ଷ ମଧ୍ୟରେ ସେମାନେ ଦିଲ୍ଲୀ ପାଇଁ କ’ଣ କରିଛନ୍ତି ବୋଲି ଆତିଶୀ ପ୍ରଶ୍ନ କରିଛନ୍ତି।

ad-week
Leave A Reply

Your email address will not be published.