ନକଲି ସସ୍‌ କାରଖାନା ଠାବ, ସସ୍‌ରେ ମିଶୁଛି ୟୁରିଆ ସାର !

add-all

ଭୁବନେଶ୍ବର : ରାସ୍ତା ପାର୍ଶ୍ୱରେ ଫାଷ୍ଟଫୁଡ୍ ଖାଇଲା ବେଳେ ଟିମାଟୋ ଓ ଚିଲି ସସ୍‌ ଖାଉଛନ୍ତି କି? ଏଥର ଖାଇବା ବେଳେ ଥରେ ନିଜର ସ୍ୱାସ୍ଥ୍ୟ କଥା ଚିନ୍ତା କରନ୍ତୁ। କାରଣ ଆଜି ରାଜଧାନୀ ଭୁବନେଶ୍ୱରରୁ ଠାବ ହୋଇଥିବା ଏକ ସସ୍‌ ଫ୍ୟାକ୍ଟ୍ରୀ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ। ୟୁରିଆ ସାର, ଚାଉଳ ଗୁଣ୍ଡ, ଆର୍ଟିଫିସିଆଲ୍‌ କଲରରେ ଟମାଟୋ, ଚିଲି ଓ ସୋୟା ସସ୍‌ ତିଆରି ହେଉଛି। ଏହି ଖବର ସାମ୍ନାକୁ ଆସିବା ପରେ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଛି।
ଭୁବନେଶ୍ୱରରେ ଏକଧୀକ ଫାଷ୍ଟଫୁଡ୍‌ ଦୋକାନରେ ନକଲି ସସ୍‌ ବ୍ୟବହାର ହେଉଥିଲା। ଏ ନେଇ ଅଭିଯୋଗ ଆସିବା ପରେ ତତ୍ପର ହୋଇଥିଲେ ଖାଦ୍ୟ ସୁରକ୍ଷା ଅଧିକାରୀ। ଆଜି ଅପରାହ୍ନରେ କମିଶନରେଟ୍‌ ପୁଲିସ୍‌ ଓ ଖାଦ୍ୟ ସୁରକ୍ଷା ଅଧିକାରୀ ମିଳିତ ଭାବେ ଭୀମଟାଙ୍ଗି ଅଞ୍ଚଳରେ ଚାଲିଥିବା ଏକ ସସ୍‌ ଫ୍ୟାକ୍ଟ୍ରିରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ବଡ଼ ବଡ଼ ଟପ୍‌ରେ ଭର୍ତ୍ତି ସସ୍‌ ଦେଖିବାକୁ ମିଳିଥିଲା। ନା ମିଶିଛି ଟାମାଟୋ ନା ମିଶିଛି ଲଙ୍କା ବା ସୋୟା। ସସ୍‌ ଭଳି ଦେଖାଯାଉଥିବା ଖାଲି ରାସାୟନିକ ରଙ୍ଗ।
ମିଳିଥିବା ସୂଚନା ଅନୁସାରେ ସେଠାରୁ ଜବତ ହୋଇଥିବା ସସ୍‌ରେ କ୍ଷେତରେ ବ୍ୟବହାର ହେଉଥିବା ୟୁରିଆ ସାର, ଏସିଟିକ୍‌ ଏସିଡ୍‌, ଚାଉଳ ଚୁନା ଓ ଆର୍ଟିଫିସିଆଲ୍‌ କଲର ମିଶିଛି। ଟମାଟୋ ସସ୍‌ ପାଇଁ ନାଲି ରଙ୍ଗ, ଚିଲି ସସ୍‌ ପାଇଁ ହାଲ୍‌କା ସବୁଜ ଓ ସୋୟା ସସ୍‌ରେ ଫିକା କଳା ରଙ୍ଗ ମିଶାଇ ବୋତଲରେ ପୂରାଇ ବଜାରକୁ ଛଡ଼ା ଯାଉଥିଲା। ଏହି ସବୁ ସସ୍‌ ରାସ୍ତା ପାର୍ଶ୍ୱ ଫାଷ୍ଟଫୁଡ୍‌ ଦୋକାନରେ ବିକ୍ରି ହେଉଥିଲା। ଦୀର୍ଘ ଦିନ ଧରି ଏହି ଫ୍ୟାକ୍ଟ୍ରି ଚାଲୁଥିବା ଅଭିଯୋଗ ହୋଇଛି। ନକଲି ସସ୍‌ ତିଆରି ପାଇଁ ନର୍ଦ୍ଦମା ପାଣି ବ୍ୟବହାର ହେଉଥିଲା।
କମିଶନରେଟ୍‌ ପୁଲିସ୍‌ ନକଲି ସସ୍‌ ତିଆରି କାରଖାନା ସିଲ୍‌ କରିଥିବା ବେଳେ ମ୍ୟାନେଜରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଫ୍ୟାକ୍ଟ୍ରି ଚଲାଉଥିବା ମାଲିକଙ୍କ ନାଁ ଅଛି। ପୁଲିସ୍‌ ତାଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି।

ad-week
Leave A Reply

Your email address will not be published.