ନବୀନଙ୍କୁ ଗିରଫ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଦାବି

add-all

ଭୁବନେଶ୍ବର : ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରିବାକୁ ବିଧାନସଭାରେ ଦାବି କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଗୃହ ଭିତରେ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ନବୀନଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି। ବିରୋଧୀ ଦଳ ନେତା ଗୃହର ନିୟମ ଭଙ୍ଗ କରିଥିବା କହିଛନ୍ତି ମହାଲିଙ୍ଗ।
ମହାଲିଙ୍ଗଙ୍କ ଦାବି ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି, ପୂର୍ବରୁ ଏଭଳି ଦାବି କରାଯିବାର କୌଣସି ନଜିର ନାହିଁ।
ଅନ୍ୟପକ୍ଷରେ ବିଜେପି କହିଛି, ରାଜ୍ୟପାଳଙ୍କ ଅଭିଭାଷଣ ବେଳେ କେହି ବିଶୃଙ୍ଖଳିତ ଆଚରଣ କରିବା କଥା ନୁହେଁ। ଏହା ଏକ ଦଣ୍ଡନୀୟ ଅପରାଧ।ସଂସଦୀୟ ମନ୍ତ୍ରୀ ଯାହା କହିଛନ୍ତି, ତାହା ରୁଲ୍ସ ଆଣ୍ଡ ପ୍ରୋସିଜିୟର ଆଧାରରେ କହିଛନ୍ତି।
ସୂଚନାଯୋଗ୍ୟ, ଆଜି ଦ୍ୱିତୀୟ ଦିନରେ ମଧ୍ୟ ବିଧାନସଭାରେ ଅଚଳାବସ୍ଥା ଲାଗି ରହିଥିଲା। ରାଜ୍ୟପାଳଙ୍କ ପୁଅ ଏଏସ୍‌ଓଙ୍କୁ ମାଡ଼ ମାରିବା ଓ ହତ୍ୟା ଧମକ ଦେବା ପ୍ରସଙ୍ଗରେ ବିରୋଧୀ ବିଧାୟକମାନେ ଗୃହରେ ହଙ୍ଗାମା କରିଥିଲେ।

ad-week
Leave A Reply

Your email address will not be published.