ବିମାନରେ ଲାଗିଲା ନିଆଁ, ୧୮ ମୃତ

add-all

ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ। ଟେକ୍‌ ଅଫ୍‌ ବେଳେ ବିମାନରେ ଲାଗିଲା ନିଆଁ। ଏଥିରେ ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ନେପାଳରେ ଏହି ଦୁର୍ଘଟଣା ଘଟିଛି।

ଆଜି କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୧୯ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିଲା ବିମାନ। ଉଡ଼ାଣ ବେଳେ ବିମାନଟି କ୍ରାଶ ହୋଇଯାଇଥିଲା। ଟେକ୍‌ଅଫ୍‌ କରିବା ବେଳେ ରନ୍‌ୱେରୁ ଖସିଯାଇଥିଲା ବିମାନ। ଏହାପରେ ବିମାନରେ ନିଆଁ ଲାଗିଥିଲା। ଏହି ଦୁର୍ଘଟଣା ପରେ ୧୮ ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। 

ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ, ଉକ୍ତ ବିମାନଟି ସୌର୍ଯ୍ୟ ଏୟାରଲାଇନ୍ସର ଥିଲା। ଏହା ଆଜି ସକାଳ ୧୧ଟାରେ ୧୯ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ପୋଖରା ଯାଉଥିବାବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ସ୍ଥଳରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବିମାନବନ୍ଦରରୁ ପ୍ରବଳ ଧୂଆଁ ବାହାରିବା ସହି ରନ୍‌ଓ୍ୱେରେ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି।

ବିମାନ ବନ୍ଦରେ ନିୟୋଜିତ ଜଣେ ସୁରକ୍ଷା ଅଧିକାରୀଙ୍କ କହିବା ମୁତାବକ, ବିମାନର ପାଇଲଟ ଜୀବିତ ଅଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଓ ଅଗ୍ନିଶମ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବିମାନରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି। 

ad-week
Leave A Reply

Your email address will not be published.