୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ

add-all

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଫସିଛନ୍ତି ପାଟଣାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସୁଜିତ କୁମାର ପାଢୀ । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ।

ସୂଚନା ଅନୁସାରେ, ଏକ ବିଲ୍‌ ପାସ୍‌ କରାଇବା ପାଇଁ ଜଣେ କଣ୍ଟ୍ରାକ୍ଟରଠାରୁ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଜିତ ପାଢ଼ୀ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଉକ୍ତ କଣ୍ଟ୍ରାକ୍ଟର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଆଜି ଯନ୍ତ୍ରୀ ସୁଜିତ ପାଢୀ ନିଜ ଅଫିସରେ ଉକ୍ତ ଠିକାଦାରଙ୍କଠାରୁ ବିଲ୍ ପାସ୍ କରାଇବା ପାଇଁ ଲାଞ୍ଚ ବାବଦକୁ ତାଙ୍କ ଠାରୁ ୫୦ ହଜାର ଟଙ୍କା ନେଉଥିବା ବେଳେ ପୂର୍ବରୁ ଲୁଚି ବସିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ ମାଡିବସିଥିଲା। ଭିଜିଲାନ୍ସ ଉକ୍ତ ୫୦ ହଜାର ଟଙ୍କା ଓ ତାଙ୍କ ଅଫିସରୁ କିଛି କାଗଜପ୍ରତ୍ର ଜବତ କରିଛି। ଏଥିସହ ତାଙ୍କର ୩ଟି ଠିକଣାରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଛି।

ad-week
Leave A Reply

Your email address will not be published.