୧୦ ଡକାୟତ ଗିରଫ: ୫ଲକ୍ଷ ଟଙ୍କା ଓ ଅଧ କେଜି ସୁନା ଜବତ

add-all

ସମ୍ବଲପୁର ପୁଲିସକୁ ମିଳିଛି ବଡ଼ ସଫଳତା। ଡକାୟତ ଗ୍ୟାଙ୍ଗର ୧୦ ଜଣଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ନିକଟରୁ ୫ ଲକ୍ଷ ୧୨ ହଜାର ଟଙ୍କା, ୪୮୦ ଗ୍ରାମ ସୁନା ଓ ୧୬୫ ଗ୍ରାମ ରୁପା ଅଳଙ୍କାର ଜବତ କରାଯାଇଛି। ସେହିପରି ୨ଟି ବୋଲେରୋ ଗାଡ଼ି, ୨ଟି ଟ୍ରାକ୍ଟର ଓ ୪ଟି ମୋଟର ସାଇକେଲ୍ ଜବତ କରାଯାଇଛି। ସମ୍ବଲପୁର ଏସପି ମୁକେଶ ଭାମୁ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଡକାୟତ ଗ୍ୟାଙ୍ଗଠାରୁ ଜବତ ହୋଇଥିବ ସାମଗ୍ରୀର ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ। ଏହି ଗ୍ୟାଙ୍ଗ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡକାୟତି ଚଳାଇଥିଲେ। ଏମାନଙ୍କ ଟାର୍ଗେଟରେ ରାଇସ ମିଲ୍, ପେଟ୍ରୋଲ ପମ୍ପ ଓ ଦେଶୀ ମଦ ଭାଟି ଥିଲା। ଅଭିଯୁକ୍ତଙ୍କ ନାଁରେ ସମ୍ବଲପୁର ସମେତ ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଥାନାରେ ୨୧ଟି ଅପରାଧିକ ମାମଲା ରହିଛି।

ସମସ୍ତ ଗିରଫ ଅଭିଯୁକ୍ତଙ୍କ ଘର ସମ୍ବଲପୁର ଜିଲ୍ଲାରେ। ଏମାନଙ୍କର ଗ୍ୟାଙ୍ଗରେ ଆଉ କେହି ଥିଲେ କି ? ଆଉ କେଉଁ ଯାଏ ଲମ୍ବିଛି ଡକାୟତିର ଚେର ତାର ଖୋଳତାଡ଼ ଚାଲିଥିବା ସମ୍ବଲପୁର ଏସପି।

ad-week
Leave A Reply

Your email address will not be published.