ରତ୍ନଭଣ୍ଡାରକୁ ନେଇ ଚମକାଇଲା ଭଳି ତଥ୍ୟ ଦେଲେ ଜଷ୍ଟିସ ବିଶ୍ବନାଥ

add-all

ପୁରୀ,୨୫।୭: ରତ୍ନଭଣ୍ଡାର ସଂପର୍କରେ ଜଷ୍ଟିସ ବିଶ୍ବନାଥ ରଥ ଏକ ଗଣମାଧ୍ୟମ ସାକ୍ଷାତକାରରେ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭଣ୍ଡାର ଖୋଲୁ ଖୋଲୁ ଆମେ ଯାହା ଦେଖିଲୁ ଦୁରାବସ୍ଥା ଭଳି ଲାଗିଲା। ରତ୍ନଭଣ୍ଡାର ଏମିତି ରହିବା କଥା ନୁହେଁ ବୋଲି ଆମର ହୃଦବୋଧ ହେଲା। ପ୍ରଥମେ କିଛି ଛୋଟ ଛୋଟ ଧାତୁ ନିର୍ମିିତ ଠାକୁର ମୂର୍ତ୍ତି ଦେଖିଲୁ।

ଠାକୁର ମୂର୍ତ୍ତି ଗୁଡ଼ିକ ଖଟୁଳି ଉପରେ ଥିବା ଆମେ ଦେଖିବାକୁ ପାଇଲୁ। ଭଣ୍ଡାରରେ ଲୁହା ସିନ୍ଦୁକ ଥିଲା ଗୋଟିଏ ତାଲା ଠିକ ପଡ଼ିଥିଲା, ଅନ୍ୟ ତାଲାର ଛିଟିକିଣି ଓହଳିଥିଲା। ୨ଟି କାଠ ସିନ୍ଦୁକରେ ତାଲା ନ ଥିଲା, ଖୋଲା ପଡ଼ିଥିଲା। ୭୮ ମସିହାରେ ବହୁ ବିଦ୍ବାନ ବ୍ୟକ୍ତି ରତ୍ନଭଣ୍ଡାର ଭିତରକୁ ଯାଇଥିଲେ। ସେମାନେ ଏମିତି ତାଲା ଖୋଲି ଚାଲି ଆସିଥିବା ମୋର ବିଶ୍ବାସ ହେଉନି ବୋଲି ବିଶ୍ୱନାଥ କହିଛନ୍ତି।

ad-week
Leave A Reply

Your email address will not be published.