ଜେଲରେ ଥିବା ଅମୃତପାଲ ପାଇଁ ଚିନ୍ତା ପ୍ରକଟ କଲେ କଂଗ୍ରେସ ସାଂସଦ

add-all

ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର କଂଗ୍ରେସ ସାଂସଦ ଚରଣଜିତ ସିଂହ ଚନ୍ନି ଜେଲରେ ଥିବା ‌ଖଲିସ୍ତାନ ସପକ୍ଷବାଦୀ ଅମୃତପାଲ ସିଂହଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି।
ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଅମୃତପାଲ ସ୍ୱାଧୀନ ପ୍ରାର୍ଥୀ ଭାବେ ଖାଦୂର ସାହିବ ଆସନରୁ ଜିତିଛନ୍ତି। ତଥାପି ସେ ଜେଲରେ ବନ୍ଦୀ ଜୀବନ କାଟୁଥିବାରୁ ଚନ୍ନି ତାଙ୍କର ଓକିଲାତି କରିଛନ୍ତି।
ସରକାରଙ୍କୁ ସମାଲୋଚନା କରିବାକୁ ଯାଇ ଚନ୍ନି କହିଛନ୍ତି, “ସେମାନେ ଏମର୍ଜେନ୍ସି କଥା ସବୁ ଦିନ କହୁଛନ୍ତି। କିନ୍ତୁ ବର୍ତ୍ତମାନ ଦେଶରେ ଜାରି ହୋଇଥିବା ଅଘୋଷିତ ଏମର୍ଜେନ୍ସି କଥା କୁଆଡ଼େ ଗଲା? ସ୍ଥିତି ଏପରି ହୋଇଛି ଯେ ପଞ୍ଜାବରୁ ୨୦ ଲକ୍ଷରୁ ଅଧିକ ଭୋଟରେ ଜିତିଥିବା ଜଣେ ବ୍ୟକ୍ତି ଏନଏସ୍‌ଏ ବଳରେ ଜେଲରେ ରହିଛନ୍ତି। ସେ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ କଥା ଉପସ୍ଥାପନ କରିବାକୁ ବି ସିକ୍ଷମ ହେଉ ନାହାନ୍ତି। ଏହା ମଧ୍ୟ ଗୋଟିଏ ଏମର୍ଜେନ୍ସି।”
ଅମୃତପାଲ ଓ ତାଙ୍କର ୯ ସହଯୋଗୀ ଏନଏସଏ ବଳରେ ଗିରଫ ହୋଇ ଜେଲରେ ରହିଛନ୍ତି। ଅଜନାଲା ପୁଲିସ୍‌ ଷ୍ଟେସନରୁ ନିଜ ସହଯୋଗୀଙ୍କୁ ଖସାଇ ଆଣିବାକୁ ଅମୃତପାଲ ନିଜ ସମର୍ଥକଙ୍କ ସହ ଆକ୍ରମଣ କରିଥିଲେ। ଏଥିପାଇଁ ତାଙ୍କୁ ଗିରଫ କରାଯାଇଛି।
ସେ ଜେଲରେ ଥିଲେ ମଧ୍ୟ ଲୋକସଭା ନିର୍ବାଚନ ଲଢ଼ିଥିଲେ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ମଧ୍ୟ ହୋଇଛନ୍ତି। ସେ ବିଜୟ ହୋଇଥିବାରୁ ଚଳିତ ମାସରେ ଆସାମରୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ଦିଲ୍ଲୀ ଆସି ସାଂସଦ ଭାବେ ଶପଥ ନେଇଥିଲେ। କୋର୍ଟ ଏଥିପାଇଁ ତାଙ୍କୁ ୪ ଦିନିଆ ପାରୋଲରେ ଛାଡ଼ିଥିଲେ।

ad-week
Leave A Reply

Your email address will not be published.