‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ନିର୍ବାଚନ ଜିତିବା ପାଇଁ ହୋଇଥିଲା: ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ

add-all

ଭୁବନେଶ୍ବର: ପୂର୍ବ ସରକାରଙ୍କ ଯୋଜନାର ନା ବଦଳିବା ନେଇ ଗୃହରେ ଉଦବେଗ। ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା। ଗଣେଶ୍ୱର ବେହେରା କହିଛନ୍ତି ସରକାର ବଦଳିବା ପରେ ୩୧୪ ବ୍ଲକର ବିକାଶ କାର୍ଯ ଠପ ହୋଇଯାଇଛି। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବିକାଶମୂଳକ କାମ ପାଇଁ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଆଯିବ ନେଇ ଘୋଷଣା କରାଯାଇଥିଲା। ସରକାର ବଦଳିବା ପରେ ଏହି ଯୋଜନାରେ କୌଣସି କାର୍ଯ୍ୟ ହେଉନି। କାର୍ଯ୍ୟାଦେଶ ମିଳିବା ପରେ ବି କାମ ହେଉନି। ଯେଉଁଠି କାମ ସରିଛି ବିଲ ବି ହେଉନି ଏବେ ନୂଆ ସରକାର ବିକଶିତ ଗାଁ ବିକଶିତ ଓଡ଼ିଶା କରିଛନ୍ତି। ତେଣୁ  ଏ ସଂକ୍ରାନ୍ତରେ ସରକାରଙ୍କ ସ୍ପଷ୍ଟିୀକରଣ ଦାବି କଲେ ବିଜେଡି ବିଧାୟକ। କେବଳ ନାଁ ପରିବର୍ତ୍ତନ କରିଦେଲେ ଗୋଲାପ ଫୁଲ ଦୁଦୁରା ଫୁଲ ହୋଇ ଯିବନି ବୋଲି କହିଛନ୍ତି ଗଣେଶ୍ୱର ବେହେରା।

ବିଧାନସଭା ଭିତରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କୁ କାଉଣ୍ଟର କରି ବିଜେପି ବିଧାୟକ ଆଶ୍ରିତ ପଟ୍ଟନାୟକ କହିଥିଲେ, ଆମ ଓଡ଼ିଶା ନବୀନ ଓଡ଼ିଶା ନିର୍ବାଚନ ଜିତିବା ପାଇଁ ଯୋଜନା ହୋଇଥିଲା। ନିର୍ବାଚନ ପୂର୍ବରୁ କମୀଙ୍କୁ ପଇସା ଦେଇ ନିର୍ବାଚନ ଜିତିବାକୁ ଯୋଜନା ହୋଇଥିଲା। ଏହି ଯୋଜନା ଦ୍ୱାରା ଗାଁ ଭୋଟ୍ କିଣିବାକୁ ଯୋଜନା ହେଇଥିଲା। ବିଧାନସଭା ଶୂନ୍ୟକାଳରେ ବିରୋଧୀଙ୍କ ଉପରେ ବର୍ଷିବା ସହ ଏପରି କିଛି କଥା କହିଛନ୍ତି ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ। ସେ କହିଛନ୍ତି ନୀତି ଭ୍ରଷ୍ଟ ଓ ଦୁର୍ନୀତି ପାଇଁ ଏହି ଯୋଜନା କରିଥିଲା ବିଜେଡି। ଜେଇଙ୍କ ମାଧ୍ୟମରେ କୋଟି କୋଟି ଟଙ୍କା ଲୁଟ୍ କରାଯାଇଛି ।

ad-week
Leave A Reply

Your email address will not be published.