ଅଗ୍ନିବୀରଙ୍କ ପାଇଁ ଯୋଗୀଙ୍କ ବଡ଼ ଘୋଷଣା, ଉତ୍ତରପ୍ରଦେଶ ପୁଲିସରେ ମିଳିବ ନିଯୁକ୍ତି

add-all

ଲକ୍ଷ୍ନୌ: ଅଗ୍ନିବୀରଙ୍କୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅଗ୍ନିବୀରଙ୍କୁ ସଂରକ୍ଷଣ ଦେବେ ରାଜ୍ୟ ସରକାର । ସେମାନଙ୍କୁ ୟୁପି ପୁଲିସ ଏବଂ ପିଏସିରେ ସଂରକ୍ଷଣର ସୁବିଧା ଦିଆଯିବ । ଯୋଗୀ କହିଛନ୍ତି ଯେ ଅଗ୍ନିବୀରମାନଙ୍କୁ ସଂରକ୍ଷଣ ନିଶ୍ଚିତ ଭାବେ ଦିଆଯିବ।

ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଅଗ୍ନିବୀରମାନେ ସେମାନଙ୍କ ସେବା ସଂପୂର୍ଣ୍ଣ କରିବାପରେ ଫେରିବା ପରେ ପ୍ରାଥମିକତା ଭିତ୍ତିରେ ଉତ୍ତରପ୍ରଦେଶ ସରକାରୀ ପୁଲିସ ସେବା, ପିଏସିରେ ନିଯୁକ୍ତି ସୁବିଧା ଦିଆଯିବ ।

ଏହା ପୂର୍ବରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ମଧ୍ୟ ଅଗ୍ନିବୀରଙ୍କୁ ନେଇ ଏକ ବଡ ଘୋଷଣା କରିଥିଲେ । ଉତ୍ତରାଖଣ୍ଡରେ ନିଯୁକ୍ତି କ୍ଷେତ୍ରରେ ଅଗ୍ନିବୀରଙ୍କୁ ସଂରକ୍ଷଣ ଦିଆଯିବ ବୋଲି ସେ କହିଥିଲେ। ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଧାମୀ ରବିବାର ଘୋଷଣା କରିଥିଲେ ଯେ ରାଜ୍ୟର ଅଗ୍ନିବୀରମାନଙ୍କୁ ସରକାରୀ ବିଭାଗରେ ନିଯୁକ୍ତି ଦିଆଯିବ। ଏହା ସହ ଆବଶ୍ୟକ ପଡ଼ିଲେ ସରକାର କ୍ୟାବିନେଟରେ ଏକ ପ୍ରସ୍ତାବ ଆଣି ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ ।

ad-week
Leave A Reply

Your email address will not be published.