କାଶ୍ମୀରରେ ମର୍ମନ୍ତୁଦ ଦୁର୍ଘଟଣା ; ଗୋଟିଏ ପରିବାରର ୮ ମୃତ

add-all

ଶ୍ରୀନଗର : ଜାମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାର ଡକସୁମରେ ଶନିବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ କାର ଘାଟିରେ ଓଲଟି ପଡି ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୮ ଜଣଙ୍କ ମୃତ୍ୟୁ ଘଟିଛି ।

ମୃତକଙ୍କ ମଧ୍ୟରେ ୫ ଶିଶୁ ଓ ୨ ଜଣ ମହିଳା ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସମସ୍ତ ମୃତକ କିଶତୱାଡର ନିବାସୀ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ଜମ୍ମୁ କଶ୍ମୀର ଅନନ୍ତନାଗ ଜିଲ୍ଲୀ ଡାକସୁମ ଘାଟିରେ ଏହି ଦୁର୍ଘଟଣା ଘଟିଛି। ଡାକସୁମ ଘାଟିରେ ଯିବା ସମୟରେ ଏକ କାର୍ ଓଲଟି ପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ସେମାନେ କେଉଁ ଅଞ୍ଚଳର ତାହା ମଧ୍ୟ ଜଣାପଡ଼ି ନାହିଁ।

ଖବର ଲେଖା ହେବା ସୁଦ୍ଧା ଉଦ୍ଧାରକାର୍ଯ୍ୟ ଜାରି ରହିଥିଲା। ପ୍ରାଥମିକ ରିପୋର୍ଟ ଅନୁସାରେ, କାରଟି ଜମ୍ମୁର କିଶିତିୱାରରୁ ଆସୁଥିଲା। ଡାକସୁମ ଘାଟିରେ ଚାଳକ ଭାରସାମ୍ୟ ହରାଇବାରୁ କାର୍ ଘାଟି ତଳକୁ ଖସି ପଡ଼ିଥିଲା। ଡ୍ରାଇଭରଙ୍କ ସମେତ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।

ad-week
Leave A Reply

Your email address will not be published.