ଭୂସ୍ଖଳନ ଯୋଗୁ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ମା’ ଝିଅଙ୍କ ଜୀବନ

add-all

ତେହରି : ଲଗାଣ ବର୍ଷା ଯୋଗୁ ଉତ୍ତରାଖଣ୍ଡର ତେହରି ଜିଲ୍ଲାରେ ବଡ଼ଧରଣର ଭୂସ୍ଖଳନ ହୋଇଛି। ଏଥିଯୋଗୁ ଏକାଧିକ ଘର ଭାଙ୍ଗି ଯାଇଥିବା ବେଳେ କିଛି ସ୍ଥାନରେ କାନ୍ଥ ଭୁଶୁଡ଼ି ପଡ଼ିଛି। ଟୋଲି ଗାଁରେ କାନ୍ଥ ଭୁଶୁଡ଼ିବା ଯୋଗୁ ଏହା ତଳେ ଚାପି ହୋଇ ମା’ଝିଅଙ୍କ ମୃତ୍ୟୁ ଘଟିଛି।
ଉଦ୍ଧାରକାରୀ ଦଳ ଧ୍ୱଂସାବଶେଷ ତଳୁ ସରିତା ଦେବୀ ଓ ତାଙ୍କ ୧୫ ବର୍ଷର ଝିଅ ଅଙ୍କିତାଙ୍କ ମୃତଦେହକୁ ବାହାର କରିଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ ମୟୂର ଦୀକ୍ଷିତ କହିଛନ୍ତି, ସରିତା ଦେବୀଙ୍କ ଘରର ପଛ ଭାଗକୁ ଲାଗିଥିବା ଗୋଟିଏ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ଧ୍ୱଂସାବଶେଷ ତଳେ ସରିତା ଦେବୀ ଓ ତାଙ୍କ ଝିଅ ଚାପି ହୋଇଯାଇଥିଲେ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧମା ବର୍ଷା ଓ ଭୂସ୍ଖଳନ ଯୋଗୁ ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ କହିଛନ୍ତି। ଏଥିସହ ସେ ସବୁ ଅଧିକାରୀଙ୍କୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଲଗାଣ ବର୍ଷା ଯୋଗୁ ଧର୍ମଗଙ୍ଗା ନଦୀ ଫୁଲିବାରେ ଲାଗିଛି। ଏଥିପାଇଁ ବୁଧାକେଦାର ଠାରେ ଥିବା ଏକାଧିକ ଦୋକାନ ବନ୍ୟା ପାଣିରେ ଭାସି ଯାଇଛି। ବନ୍ୟା ଓ ଭୂସ୍ଖଳନ ଯୋଗୁ ଏକାଧିକ ବ୍ରିଜ କ୍ଷତିଗ୍ରସ୍ତ ହୋଇଛି। ନଦୀ କୂଳିଆ ଅଞ୍ଚଳର ଲୋକଙ୍କୁ ବନ୍ୟା ଯୋଗୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ad-week
Leave A Reply

Your email address will not be published.