ନବରଙ୍ଗପୁର ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ “ବିଜୟ ଦିବସ”

add-all

ନବରଙ୍ଗପୁର : “କାରଗିଲ ବିଜୟ ଦିବସ” ର ରୌପ୍ୟ ଜୟନ୍ତୀ ଉତ୍ସବ BJP ଯୁବମୋର୍ଚ୍ଚା ଦ୍ୱାରା ପାଳନ କରାଯାଇଥିଲା। ଭାରତୀୟ ସେନାର ଅଦମ୍ୟ ବୀରତା, ସାହସ, ପରାକ୍ରମ ଓ ସୌର୍ଯ଼୍ୟ ର ପ୍ରତିକ”Operation Bijay”ରେ ମାତୃଭୂମିର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଅମର ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା। ଏହି ଜନସଭାରେ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ଶ୍ରୀ ବଳଭଦ୍ର ମାଝି, ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ, ଜିଲ୍ଲା ସଭାପତି ଶ୍ରୀ ଜଗଦିଶ ବିଷୋୟୀ, ରାଜ୍ୟ ସମ୍ପାଦକ ଶ୍ରୀ ରମେଶ ସାହୁଙ୍କ ସମେତ ପ୍ରାୟ ଚାରିଶହ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। କାରଗିଲ ଯୁଦ୍ଧରେ ଭାଗ ନେଇଥିବା ବୀର ସୈନିକ ମାନଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇ ତାଙ୍କ ଉପରେ ପୁଷ୍ପ ବୃଷ୍ଟି କରାଯାଇ , ମାନ୍ୟବର ଅତିଥି ମାନଙ୍କ ଦ୍ଵାରା ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଯୁବ ମୋର୍ଚ୍ଚା ର ଅନନ୍ତ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.