ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେଶନର ବୈଠକ

add-all

ପାତ୍ରପୁର,୨୭/୦୭ : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେଶନ ପାତ୍ରପୁର ଶାଖା ର ଆହ୍ବାନ କ୍ରମେ ପାତ୍ରପୁର ଶିକ୍ଷକ ଭବନ ଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ସଭାପତି ଟୁଟୁ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଏ ୟୁ ପି ଟି ଏଫ୍ ର ଉପଦେଷ୍ଟା ମଣ୍ଡଳୀ ଓ ଜୋନ ସ୍ତରୀୟ କର୍ମକର୍ତ୍ତା ଚୟନ କରାଯାଇଛି। ଶିକ୍ଷାବିତ୍ ମଧୁସୂଦନ ମହାନ୍ତି, ରାଜୀବ ଲୋଚନ ପ୍ରଧାନ, ବି ରାମାରାଓ ଓ ବେଣୁ ଗୋପାଳ ପାଢ଼ୀ ଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଥିବା ବେଳେ ସଂଗଠନ ସମ୍ପାଦକ ଭାବରେ ପ୍ରଫୁଲ୍ଲ ବେହେରା ଙ୍କୁ ମନୋନୀତ କରାଯାଇଛି। ସୁରଙ୍ଗି ଜୋନ ପାଇଁ ବି ଭେଙ୍କଟ ରାଓ, ପାତ୍ରପୁର ଜୋନ ପାଇଁ ସୁଶୀଳା ତିଆଡି ଜରଡ଼ା ଜୋନ ପାଇଁ ପ୍ରଶାନ୍ତ କୁମାର ପାଢ଼ୀ ସଭାପତି ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ଶିକ୍ଷକ/ଶିକ୍ଷୟତ୍ରୀ ଙ୍କ ସମସ୍ୟା ସମାଧାନ ଓ ଗୁରୁ ଦିବସ ପାଳନ ଭଳି ସାଂଗଠନିକ ଆଲୋଚନା କରାଯାଉଥିଲା। ଲୋକନାଥ ପ୍ରଧାନ ଓ କେ ମିଥୁନ ସୁବୁଦ୍ଧି ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ବେଳେ ଉପସଭାପତି ଗିରିଜା ଶଙ୍କର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ବୈଠକ ରେ ଅନେକ ସି ଆର ସି ସି ଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.